କନକ ବ୍ୟୁରୋ : ମୋବାଇଲ ଫୋନ୍ ଜରିଆରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଭଳି ଏକ ନୋଟିସ୍ ଜାରି କରିଛି ବିପିୟୁଟି । ବିପିୟୁଟି ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଆନରୋଏଡ୍ ଫୋନ୍, ଟ୍ୟାପ୍, କମ୍ପ୍ୟୁଟର ଏବଂ ଲ୍ୟାପଟପ୍ ଜରିଆରେ ପରୀକ୍ଷା ଦେଇପାରିବେ ।
ତେବେ ଏହି ଅନ୍ଲାଇନ ପରୀକ୍ଷା ପାଇଁ ଯେଉଁମାନେ କମ୍ପ୍ୟୁଟର ଏବଂ ଲ୍ୟାପଟପ୍ ଜରିଆରେ ପରୀକ୍ଷା ଦେବା ନେଇ ନିଷ୍ପତି ନେଇଥିଲେ, ସେମାନେ ଚାହିଁଲେ ମୋବାଇଲ ଫୋନ୍ ଜରିଆରେ ପରୀକ୍ଷା ଦେଇପାରିବେ ବୋଲି ସୂଚନା ମିଳିଛି ।