ମାଟ୍ରିକ ପାସ୍ କରିଛନ୍ତି ରେକର୍ଡ ସଂଖ୍ୟକ ପିଲା, କେଉଁଠି ପଢ଼ିବେ ପ୍ଲସ-୨ ? ମନ୍ତ୍ରୀ କହିଲେ, ଏବେ ଉପଲବ୍ଧ ୬ ଲକ୍ଷ ସିଟ୍, ଆବଶ୍ୟକ ହେଲେ କଲେଜରେ ବଢ଼ାଯିବ ସିଟ୍ ସଂଖ୍ୟା ।

158

କନକ ବ୍ୟୁରୋ : ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିବା ପରେ ଏବେ ଚିନ୍ତା, ଏତେ ପିଲାଙ୍କୁ ଯୁକ୍ତ ୨ରେ ନାମ ଲେଖାଇବାକୁ ସିଟ୍ ମିଳିବ ତ । ଏହି ପ୍ରଶ୍ନର ଉତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନାହିଁ । ଛାତ୍ରଛାତ୍ରୀମାନଙ୍କ ବଡ କଲେଜରେ ପଢିବାକୁ ଉଛାଥାଏ । ତେଣୁ ଆବଶ୍ୟକ ପଡିଲେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟରେ ୬ ଲକ୍ଷ ୧୧୩ ଯୁକ୍ତ ଦୁଇ ସିଟ୍ ଉପଲବ୍ଧ ରହିଛି । ଏହାଛଡା କଲେଜକୁ ଆଧାର କରି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ସେହିପରି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ ।