କନକ ବ୍ୟୁରୋ: ଆଜି ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । କଟକ ବୋର୍ଡ ଅଫିସରୁ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ସମୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କେହି ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ଆଉ ଥରେ ମାଟ୍ରିକ ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ ତାରିଖରେ ଫର୍ମ ପୂରଣ କରାଯିବ ।
ଏନେଇ ଅଧିକ ସୂଚନା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯିବ । ଏହାସହ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନଙ୍କ ମନରେ ଯେଉଁ ଶଙ୍କା ରହିଛି ଯେ ଆମେ ଏବେ ଯେଉଁ ପରୀକ୍ଷା ଦେବୁ ତାହା ଯୁକ୍ତ ୨ ଆଡମିସନରେ ବ୍ୟବହାର ହେବ ନା ନାହିଁ । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଏହି ରେଜଲ୍ଟ ବାହାରିବା ଯାଏଁ ସାମ୍ସ ପୋର୍ଟାଲ ଖୋଲା ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Matric-Exam.jpg)