କନକ ବ୍ୟୁରୋ: ହକ୍ ପାଇଁ ରାଜ୍ୟର ଆୟୁଷ ଛାତ୍ରଛାତ୍ରୀଙ୍କ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ । ଦାବିପୂରଣ ପାଇଁ ରାଜଧାନୀର ଛାତି ଉପରେ ଗର୍ଜିଛନ୍ତି ଆୟୁଷ ଡାକ୍ତର । ତେବେ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଓ ପୁଲିସ । ଏପରିକି କିଛି ଛାତ୍ରଛାତ୍ରୀଙ୍କୁ ଉଠାଇନେଇଛି ପୁଲିସ । କିଛି ଛାତ୍ରୀଙ୍କୁ ପୁଲିସ ଜବରଦସ୍ତ ଉଠାଇନେଇଥିଲା ଆଉ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ପୁଲିସ ଭ୍ୟାନକୁ ଅଟକାଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇପଡିଥିଲା ।
- ଆୟୁଷ ଡାକ୍ତରଙ୍କୁ କେବେ ମିଳିବ ହକ୍?
- ରାଜଧାନୀର ଛାତି ଉପରେ ମୁହାଁମୁହିଁ ପରିସ୍ଥିତି
ସାମାନ୍ୟ ଜର, କାଶ ଓ ଅନ୍ୟାନ୍ୟ ସାଧାରଣ ରୋଗ ପାଇଁ ଆୟୁଷ ଡାକ୍ତରଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟ କରିଛନ୍ତି । କରୋନାଭଳି ଜରୁରୀକାଳୀନ ପରିସ୍ଥିତିରେ ଆୟୁଷ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ରାଜ୍ୟରେ ଆୟୁଷ ଡାକ୍ତର ଅଲୋଡା ହୋଇ ରହିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଉଛି...
- ୨୧ ବର୍ଷ ହେଲା ଆୟୁଷ ଡାକ୍ତରଙ୍କୁ ମିଳିନାହିଁ ନିଯୁକ୍ତି
- ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିବା କଥା
- ୮୦୦ ଆୟୁଷ ହସ୍ପିଟାଲ ଖୋଲାଯିବା କଥା
- ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି
ଅନେକ ରାଜ୍ୟରେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ହୋଇଛି । କିନ୍ତୁ ରାଜ୍ୟ ସରକାର ଏହି ଦାବିଗୁଡିକ ପ୍ରତି ଦୃଷ୍ଟିନେଉନାହାନ୍ତି । ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆୟୁଷ ଡାକ୍ତର । ରାଜ୍ୟର ଅନେକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏବେ ବି ଅପହଞ୍ଚ ହୋଇ ରହିଛି । ଆଉ ଆୟୁଷ ଡାକ୍ତର ଏହି ଅଭାବକୁ ପୂରଣ କରିପାରନ୍ତେ ବୋଲି ଅନେକ ମତ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/3-53.jpg)