ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୧୧ରେ ହେବ ନିର୍ବାଚନ, ଜାଣନ୍ତୁ କେଉଁ ତାରିଖରେ କଣ ହେବ?

74

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ହେବ ମତଦାନ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗର ଏହି ଘୋଷଣା ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି ।

ଅକ୍ଟୋବର ୧ରେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୩ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ଛାତ୍ରଛାତ୍ରୀ । ୪ ତାରିଖରେ ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସେହିଦିନ ହିଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ଛାତ୍ରଛାତ୍ରୀ । ଆଉ ୪ ତାରିଖ ସନ୍ଧ୍ୟା ୫ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ସେହିଭଳି ୧୦ ତାରିଖରେ ମୁଁ କାହିଁକି ପ୍ରାର୍ଥୀ ହେଲି ସେନେଇ ଆଲୋଚନା ହେବ । ୧୧ ତାରିଖ ସକାଳ ୮ଟାରୁ ଭୋଟିଂ ହୋଇ ୨ଟାରେ ଶେଷ ହେବ । ୨ଟା ପରେ ଭୋଟ ଗଣତି ହୋଇ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ବିଜୟୀ ପ୍ରାର୍ଥୀ ଶପଥ ନେବେ ବୋଲି ଉଚ୍ଚଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଘୋଷଣା ପରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା କ୍ୟାମ୍ପସ ଚଳଚଞ୍ଚଳ ହୋଇ ଉଠିଛି ।