କନକ ବ୍ୟୁରୋ: ବାଜିରେ ଲାଗିଛି ସ୍କୁଲ ପିଲାଙ୍କ ଜୀବନ। ଅସୁରକ୍ଷିତ ଓ ଅନଫିଟ୍ ସ୍କୁଲ ବସରେ ଯାତ୍ରା କରୁଛନ୍ତି ଆଦିବାସୀ ପିଲା। ବସର ନା ଫିଟନେସ ଅଛି ନା ଇନସ୍ୟୁରାନ୍ସ। ଏ ଚିତ୍ର ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର। ପିଲାମାନେ କେମିତି ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଉଛନ୍ତି। ରାଜ୍ୟରେ ନୂତନ ସରକାର ଦାୟୀତ୍ୱ ଗ୍ରହଣ କରିବା ପରେ ଯାତ୍ରୀ ଓ ସ୍କୁଲ ବସ ଉପରେ ବିଶେଷ ଦୃଷ୍ଟି ଦେବାକୁ ଆରଟିଓ ମାନଙ୍କୁ ଗତ ସପ୍ତାହ ତଳେ ପରିବହନ ବିଭାଗ ପତ୍ର ଲେଖିଛନ୍ତି। ତେବେ ଖୋଦ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଏହି ବସ ଗୁଡିକ ପରିଚାଳିତ ହେଉଥିଲେ ବି ଏ ହେଉଛି ମାଲକାନଗିରି ଏସସି-ଏସଟି ବିଭାଗର ଦାୟିତ୍ୱହୀନତାର ଚିତ୍ର।

Advertisment

ଗାଡି ସଂଖ୍ୟା ଓଆର୍-୩୦-୫୯୮୨କୁ। ଗାଡିଟି ୨୦୧୨ ମେ’୧୪ରେ ପଂଜିକରଣ ହୋଇଥିଲା। ତେବେ ଗତ ୨୦୧୪ ମେ’୧୩ରେ ଗାଡିର ଫିଟନେସ୍ ଅବଧି ଶେଷ ହୋଇ ଥିଲେ ବି ଗତ ୧୦ବର୍ଷ ଯାଏଁ ଏହାର ଫିଟନେସ କରାଯାଇନାହିଁ। ୨୦୧୩ଏପ୍ରିଲ ମାସରେ ଏହାର ଇନ୍ସୁରାନ୍ସ ସରି ଯାଇ ଥିଲେ ବି ବସ ଆସିବା ପରଠାରୁ ଆଉ ଏହାର ଇନ୍ସ୍ୟୁରାନ୍ସ ବି କରାଯାଇନାହିଁ। ସେହି ପରି ବସ ନଂ ଓଡି୩୦-୩୧୭୯ର ମଧ୍ୟ ସମାନ ଅବସ୍ଥା। ଗତ ୨୦୧୩ ସେପ୍ଟେମ୍ବର ୨୦ରେ ବସ ପଂଜିକରଣ ହବା ପରେ ଏକ ବର୍ଷ ମଧ୍ୟରେ ଏହାର ଇନସ୍ୟୁରାନ୍ସ ଅବଧି ସରିବା ପରେ ଆଉ ଆଦୌ ଇନ୍ସୁରାନ୍ସ କରା ଯାଇ ନାହିଁ। ବସ ର ଫିଟନେସ ଅବଧି ମଧ୍ୟ ୨୦୧୫ ସେପ୍ଟେମ୍ବର୧୦ରେ ସରି ଯାଇ ଥିଲେ ବି ଏଯାଏଁ ଏହାର ଫିଟନେସ ହୋଇନାହିଁ।

ଅନୁସୁଚିତ ଜାତୀ ଓ ଜନଜାତୀ ବିଭାଗର ଆଟିଡିଏ ବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଏହି ବସ ପରିଚାଳିତ। ଜିଲ୍ଲା ମଂଗଳ ଅଧିକାରୀ ଏହି ବସର ତଦାରଖ ଦାୟୀତ୍ୱରେ ଅଛନ୍ତି।
ବାଜିରେ ଲାଗିଛି ସ୍କୁଲ ପିଲାଙ୍କ ଜୀବନ

- ୨୦୧୨ରେ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଦୁଇଟି ବସ ଯୋଗାଇ ଦିଆଯାଇଥିଲା
- ଅନ୍ୱେଶା ଯୋଜନାରେ ସହରୀ ପିଲାଙ୍କୁ ସ୍କୁଲ ପହଁଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ସେବା
- ଓଆର୍ ୩୦-୫୯୮୨ ଏବଂ ଓଡି୩୦-୩୧୭୯ ଦୁଇଟି ବସରେ ଫିଟନେସ ନାହିଁ
- ଦୁଇଟି ବସ କିଣିବାର ବର୍ଷକ ପର ଠାରୁ ଇନ୍ସୁରାନ୍ସ ହୋଇନାହିଁ
- ୧୧ବର୍ଷରୁ ଅଧିକ ସମୟ ଧରି ଆଦୌ ଟିକସ ଦିଆଯାଇନାହିଁ
- ଦୁଇଟି ବସ ବାବଦକୁ ଳକ୍ଷ ଲକ୍ଷ ଟଙ୍କା ଟିକସ ବକେୟା ପଡ଼ିଛି
- ୩୩ ସିଟ ବିଶିଷ୍ଟ ବସରେ ଖୁନ୍ଦା ଖୁନ୍ଦି ହୋଇ ପିଲା ଯାତ୍ରା କରୁଛନ୍ତି
- ସବୁ ଜାଣି ଶୁଣି ଆଇଟିଡିଏ ଚୁପ
- ନୂଆ ସରକାରଙ୍କ ତାଗିଦ ପରେ ବି ଫଳ ଶୁନ