ତାମିଲନାଡୁ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ

4,409

କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପରବର୍ତ୍ତି ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପାଲାନିସ୍ୱାମୀ ଏନେଇ ଆଜି ଘୋଷଣା କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବ । ଏନେଇ ସରକାରୀ ପରୀକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ସାରଣୀ ଘୋଷଣା କରାଯାଇଛି । ମେ ମାସ ୩ ତାରିଖରୁ ୨୧ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ   ।


କହିରଖୁ କି କରୋନା ପାଇଁ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଧିରେ ଧିରେ ଖୋଲିବାରେ ଲାଗିଛି । ତାମିଲନାଡୁ ସରକାର ଜାନୁଆରୀ ୧୯ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲି ଦେଇଛନ୍ତି । ଏହାସହ ସେମାନଙ୍କ ପାଇଁ ଛାତ୍ରାବାସ ଓ ଆବାସିକ ସୁବିଧା ଉପରୁ ବି କଟକଣା ହଟାଇ ଦିଆଯାଇଛି ।