ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ; ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା

1,983

କନକ ବ୍ୟୁରୋ : ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ନିରୀକ୍ଷଣରେ ଅନ୍ୟ ସ୍କୁଲର ଶିକ୍ଷକ ରହିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥର ୧୦୦ ବଦଳରେ ୮୦ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୫୦ମାର୍କର ଅବଜେକଟିଭ୍ ଓ ୩୦ ମାର୍କର ସବଜେକଟିଭ୍ ପରୀକ୍ଷା ହେବ । ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ ।

 ଖାଲି ସେତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନେ ଅଢ଼େଇ ଘଣ୍ଟା ବଦଳରେ ଚଳିତ ଥର ୨ ଘଣ୍ଟାର ପରୀକ୍ଷା ଦେବେ । କରୋନାକୁ ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତା’ଛଡ଼ା ଏହାଦ୍ବାରା ପରୀକ୍ଷାର୍ଥୀମାନଙ୍କ ଯାତାୟତ ଓ ରହଣିରେ ଅସୁବିଧା ହେବ ନାହିଁ ।