କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଘର ଭଳି ହେବା ଆବଶ୍ୟକ । ଶନିବାର ଦିଲ୍ଲୀର ଜଣେ ୨୦ ବର୍ଷୀୟ ଆଇଆଇଟି ଛାତ୍ର ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଉଦବେଗ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କିଭଳି ନିର୍ଯାତନାର ଶିକାର ହେବେନି, ପାଠ ପଢିବା ସମୟରେ ଅଧିକ ଚାପଗ୍ରସ୍ତ ହେବେ ନାହିଁ ସେ ଦିଗରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଯତ୍ନବାନ ହେବା ଆବଶ୍ୟକ ।

Advertisment

ବିଶେଷ କରି ଛାତ୍ରୀଙ୍କ ସୁରକ୍ଷା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଦେଇଛନ୍ତି । ସୋମବାର ରାଷ୍ଟ୍ରପତି ଭବନରେ ଅତିଥି ମାନଙ୍କ ସମ୍ମିଳନୀରେ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉପରେ ରୋକ୍ ଲଗାଇବାକୁ ଗୁରୁତ୍ୱ ଦେଇଛନ୍ତି ମହାମହିମ । ଏବେ ବୈଷୟିକ ପାଠ୍ୟକ୍ରମ ପ୍ରତି ଛାତ୍ରୀଙ୍କ ରୁଚି ବଢିଛି । ଏବେ ତାଙ୍କୁ କିଭଳି ଆଗକୁ ବଢାଇ ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଉ ବୋଲି ମହାମହିମ କହିଛନ୍ତି ।