ଦୁର୍ବଳ ଶିକ୍ଷା ବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ । ଭଙ୍ଗାଘରେ ବସୁଛନ୍ତି ୩ଟି ଶ୍ରେଣୀର ୮୭ ଛାତ୍ରଛାତ୍ରୀ । ଜଣେ ଶିକ୍ଷକରେ ଚାଲିଛି ସ୍କୁଲ

Advertisment
ଦୁର୍ବଳ ଶିକ୍ଷା ବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ । ଭଙ୍ଗାଘରେ ବସୁଛନ୍ତି ୩ଟି ଶ୍ରେଣୀର ୮୭ ଛାତ୍ରଛାତ୍ରୀ । ଜଣେ ଶିକ୍ଷକରେ ଚାଲିଛି ସ୍କୁଲ

କନକ ବ୍ୟୁରୋ : ମୁଣ୍ତ ଉପରେ ଭଙ୍ଗା ଆଜବେଷ୍ଟସ୍ ସାଙ୍ଗକୁ ଭଙ୍ଗା କବାଟ ଝରକା । କେଉଁଠି କାନ୍ଥ ଫାଟି ଯାଇଛି ତ ଆଉ କେଉଁଠି ଛାତରୁ ପାଣି ଗଳୁଛି । ପାଦେ ପାଦେ ବିପଦ। ଅସୁରକ୍ଷିତ କୋଠରିରେ ପଢୁଛନ୍ତି ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୮୭ ଜଣ ଛାତ୍ରଛାତ୍ରୀ । ଜଣେମାତ୍ର ଶିକ୍ଷକରେ ଏମିତି ଚାଲିଛି ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ବୈକୁଣ୍ଠନାଥ ଉଚ୍ଚ ବିଦ୍ୟାଳୟ।

୧୯୮୪ ମସିହାରୁ ସ୍ଥାପିତ ଏହି ଉଚ୍ଚ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଛନ୍ତି। ବିଜ୍ଞାନ ଶିକ୍ଷକ ରଘୁନାଥ ପାତ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇବା ସହ ପିଲାଙ୍କୁ ପଢାଉଛନ୍ତି। ତେଣୁ କେଉଁଥିରେ ବି ନିଜର ଶତପ୍ରତିଶତ ଦେଇପାରୁନଥିବା ସ୍ୱୀକାର କରିଛନ୍ତି। ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ସମାଧାନ କରିବାକୁ ନିବେଦନ କରିଛନ୍ତି ।

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ଶିକ୍ଷକ ନିଯୁକ୍ତି କରିବା ସହ ନୂତନ ଶ୍ରେଣୀଗୃହ ଯୋଗାଇ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe