କରୋନା କାଳରେ ମାଟ୍ରିକ୍ ପରୀକ୍ଷା ବାତିଲ ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ନବୀନ ନିବାସ ସାମ୍ନାରେ ଧାରଣାରେ ବସିଲେ ୧୫ରୁ ଅଧିକ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।

212

କନକ ବ୍ୟୁରୋ: ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ । ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ, ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବାକୁ ଦାବି କରିଛନ୍ତି ।

ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଧାରଣା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଛନ୍ତି, ପରୀକ୍ଷା ବାତିଲା ନେଇ ଚିଠି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ନିଷ୍ପତି ନେବେ । ପରୀକ୍ଷା ବାତିଲ ହେବ କି ନାହିଁ ସେ ସବୁ ଦିଗରେ ତର୍ଜମା କରାଯାଉଛି । ବାତିଲ ହେଲେ ପିଲାଙ୍କୁ ମାର୍କ କେମିତି ଦିଆଯିବ ସେସବୁ ଦିଗରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ସିବିଏସଇ ଦଶମ ପିଲାଙ୍କ ପରୀକ୍ଷା ବାତିଲ କରିଥିବାରୁ ସେମାନେ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କଲେଣି । ତେଣୁ ଓଡିଶା ବୋର୍ଡ ଅଧିନରେ ଥିବା ପରୀକ୍ଷା ବାତିଲ ନହେଲେ ସେମାନଙ୍କ ସମୟ ନଷ୍ଟ ହେବ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।