କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବୀରେ ଦୁଇ ଦୁଇ ଥର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ବେଳେ ଆଜି ତୃତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନନ୍ତି ଛାତ୍ରଛାତ୍ରୀ । ଗତ ୨୬ତାରିଖରେ କରିଥିବା ପ୍ରତିବାଦରେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନାଁରେ ଦଫା ଲଗାଇଛି ।
ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ମେ ୬ତାରିଖରେ ରାଜ୍ୟବ୍ୟାପୀ ସମସ୍ତ ମହାବିଦ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/12-24.jpg)