କନକ ବ୍ୟୁରୋ : କରୋନା ମହାମାରି ସମୟରେ ପିଲାଙ୍କ ପାଠପଢ଼ାରେ ଡ଼ୋରି ବନ୍ଧା ହେଲାଣି । ସ୍କୁଲ ପାଠପଢ଼ା ଛାଡ଼ି ଏବେ ଅନଲାଇନ ପାଠ ଭରସା ପାଲଟିଛି । ହେଲେ ସମସ୍ତଙ୍କ ଭାଗ୍ୟରେ ଜୁଟୁନି ଅନଲାଇନ ପାଠପଢ଼ା । କାରଣ ବାଧକ ସାଜିଛି ମୋବାଇଲ । ଫଳରେ ମୋବାଇଲ ଟିଏ ପାଇଁ ଛାତ୍ରଛାତ୍ରୀ ଶେଷରେ ମାଣ୍ଡିଆ ବିଲରେ ମୁଲ ଲାଗୁଛନ୍ତି । ରାୟଗଡ଼ା ଜିଲ୍ଲା ଜାମୁଲିମା ଗାଁରୁ ଦେଖିବାକୁ ମିଳିଛି ଏମିତି ଏକ ଖବର । ସ୍ମାର୍ଟ ଫୋନ କିଣିବାକୁ ମୁଲ ଲାଗିଲେ ଛାତ୍ରଛାତ୍ରୀ ।
ଅନଲାଇନ୍ ପାଠ ପଢ଼ିବା ପାଇଁ ମାଣ୍ଡିଆ କାଟିଲେ ଛାତ୍ରଛାତ୍ରୀ । ଫୋନ କିଣିବାକୁ ବାପାଙ୍କ ପାଖରେ ପଇସା ନଥିବାରୁ ଜାମୁଲିମା ଗାଁର ରୋହିତ ବିଡ଼ିକା ଓ ମୋନିକା ବିଡ଼ିକା ମାଣ୍ଡିଆ ବିଲରେ ମୁଲ ଲାଗୁଥିବା ଦେଖିବାକୁ ମିଳିଛି । ଏହି ଗାଁରେ ନେଟୱାର୍କ ଥାଇ ସୁଧା ମୋବାଇଲ ନଥିବାରୁ ପାଠ ପଢାରୁ ବଂଚିତ ହେଉଛନ୍ତି ରୋହିତ ଏବଂ ମୋନିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/30-18.jpg)