ହିଜାବ ସମର୍ଥନ ଓ ବିରୋଧରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ: ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ବୃହତର ବେଞ୍ଚକୁ ପଠାଇଲେ କର୍ଣ୍ଣାଟକ ହାଇକୋର୍ଟ

72

କନକ ବ୍ୟରୋ: କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ବନାମ ଧର୍ମକୁ ନେଈ ବିବାଦ ଜୋର ଧରିଛି । ଶିକ୍ଷାନୁଷ୍ଠାନ ଏବେ ରଣଭୂମି ପାଲଟିଲାଣି । ସ୍କୁଲ ଓ କଲେଜରେ ପାଠପଡା ବଦଳରେ ପ୍ରଦର୍ଶନ ଓ ଉତେଜନା ସୃଷ୍ଟି କରିଛି । କଲେକ କ୍ୟାମ୍ପସରେ ହିଜାବ ବନାମ ଗେରୁଆ ପୋଷାକୁ ନେଇ ଏବେ କର୍ଣ୍ଣାଟକ ସୀମା ଡେଇଁ ଅନ୍ୟାନ୍ୟ ରାଜ୍ୟରେ ପହଁଚିଲାଣି ।

କଲେଜ କ୍ୟାମ୍ପସରେ ତେଜୁଛି ହିଜାବକୁ ନେଇ ବିବାଦ । ଛାତ୍ରଛାତ୍ରୀଙ୍କ ଭିତରେ ଦେଖିବାକୁ ମିଳୁଛି ଆକ୍ରୋଶର ନିଆଁ । ଶିକ୍ଷାରମନ୍ଦିରରେ ଛାତ୍ରଛାତ୍ରୀ ପରସ୍ପର ମୁହାଁମୁହିଁ ଘଟଣା ଏବେ ସମସ୍ତଙ୍କୁ ଯେତିକି ଆଶ୍ଚଯ୍ୟ କରୁଛି ସେତିକି ପ୍ରଶ୍ନ ବି ଉଠାଉଛି । ଘଟଣା କେବଳ ଆରୋପ୍ରତ୍ୟାରୋପରେ ସୀମିତ ହୋଇ ରହିନି ବଂର ପୁଲିସ ଓ ପ୍ରଦର୍ଶନକାରୀଙ୍କ ଭିତରେ ଭୟଙ୍କର ସଂର୍ଘଷ ରୂପ ମଧ୍ୟ ନେଇଛି । ପୁଲିସକୁ କରିବାକୁ ପଡିଛି ଲାଠିମାଡ, ଫ୍ଲାଗମାର୍ଚ୍ଚ । ସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠୁ ୨ ସପ୍ତାହ ପର୍ଯ୍ୟନ୍ତ କର୍ଣ୍ଣାଟକ ପୁଲିସ ବେଙ୍ଗାଲୁର କଟକଣା ଲଗାଇଛି । ସମସ୍ତ ଶିକ୍ଷାନୁଷ୍ଠାନ ନିକଟରେ ୧୪୪ ଧାରା ଲାଗୁ କରାଯାଇଛି । ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧିରେ ବିରୋଧ ପ୍ରଦର୍ଶନ, ମେଳି ଉପରେ କଟକଣା ଲାଗିଛିା ନିକଟରେ କର୍ଣ୍ଣାଟକ ସରକାର ରାଜ୍ୟରେ କର୍ଣ୍ଣାଟକ ଏଜୁକେସନ ଆକ୍ଟ ୧୯୮୩ର ଧାରା ୧୩୩ ଲଗାଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀମାନେ ୟୁନିଫର୍ମ ପିନ୍ଧି ଆସିବା ବାଧ୍ୟତାମୂଳକ କରିଥିଲେ । ସେପଟେ ମାମଲାରେ କୋର୍ଟରେ ରହିଛି ଓ ଏହାକୁ ନେଇ ବତର୍ମାନ କୌଣସି ବୟାନ ଦେବା ଉଚିତ ନୁହେଁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସରାଜ ବୋମ୍ମାଇ ।

କର୍ଣ୍ଣାଟକର ଏକ କଲେଜରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବା ପାଇଁ କଲେଜ ପ୍ରଶାସନ ବାରଣ କରିବା ସତ୍ୱେ ଏହାକୁ ମାନି ନଥିଲେ ଛାତ୍ରୀ । ଏହା ପରଠୁ ଆରମ୍ଭ ହୋଇଥିଲା ବିବାଦ । କଲେଜର ଅନ୍ୟ ଗୋଷ୍ଠୀ ବେକରେ ଗେରୁଆ ରଙ୍ଗର ସ୍କ୍ରାପ ପିନ୍ଧି ଏହାକୁ ଜୋରଦାର ପ୍ରତିବାଦ କରିଥିଲେ । ଯାହା ଏବେ ଧର୍ମ ବନାମ ଶିକ୍ଷାନୁଷ୍ଠାନ ସହ ବଡ ବିବାଦରେ ପରିଣତ ହୋଇଛି । ହିଜାବକୁ ନିଜ ମୌଳିକ ଅଧିକାର କହି ଇସଲାମିକ ଛାତ୍ରଛାତ୍ରୀ ଧାରଣା ଦେଇଥିବାବେଳେ ଗେରୁଆ ସ୍କ୍ରାର୍ପ ସହ ଅନ୍ୟ ଏକ ଗୋଷ୍ଠୀ ସମାନତା ଦାବି କରିଛି ।

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦର ନିଆଁ ଧିରେ ଧିରେ ଦେଶର ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଲାଣି । ରାଜଧାନୀ ଦିଲ୍ଲୀ ସମେତ ପୁଡୁଚେରୀ , ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରେ ଇସଲାମିକ ଧର୍ମର ଛାତ୍ରଛାତ୍ରୀ ଏହାକୁ ନିଜର ମୌଳିକ ଅଧିକାର କହି ପ୍ରତିବାଦ ଆରମ୍ଭ କଲେଣି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ ବ୍ଲକରେ ମୁସଲିମଛାତ୍ରଛାତ୍ରୀ ଘଟଣାକୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି । ମଧ୍ୟପ୍ରଦେଶରେ ଜୟ ଭୀ ନାରା ଓ ବେକରେ ନୀଳ ରଙ୍ଗର ସ୍କ୍ରାର୍ପ ପିନ୍ଧି ଛାତ୍ରଛ।।ତ୍ରୀଙ୍କ ଏକ ଗୋଷ୍ଠୀ ହିଜାବକୁ ବିରୋଧ କରିଛନ୍ତି । ସେପଟେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାକୁ ପାଇଁ ଆରଏସଏସକୁ ଦାୟୀ କରିଥିବାବେଳେ ଆରଏସଏ ଏହାର ଜବାବ ରଖିଛନ୍ତି ଆରଏସଏସର ବରିଷ୍ଠ ନେତା ଇନ୍ଦ୍ରକୁମାର ।

ଘଟଣାକୁ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଟୁଇଟରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ମଲାଲା କହିଛନ୍ତି ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ବା କଲେଜ ଯିବାକୁ ଅନମତି ନଦେବା ଅତ୍ୟନ୍ତ ଭୟଙ୍କର ଘଟଣା । ସେପଟେ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ହିଜାବ ବିବାଦରେ କ୍ରମଶ ରାଜନୀତିରେ ପରିଣତ ହେଲାଣି । ବିଜେପିକୁ ଘେରିଛନ୍ତି ଅନ୍ୟାନ୍ୟ ବିରୋଧୀ ଦଳ ।

ହିଜାବ ସମର୍ଥନ ଓ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଅନ୍ୟପଟେ ଘଟଣା କ୍ରମଶ ରାଜନୈତିକ ରୂପ ନେଇଛି । ପ୍ରଶ୍ନ ଉଠୁଛି ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଆଗକୁ କେଉଁ ରୂପ ନେବ ?