ରାସ୍ତାକୁ ଓହ୍ଲାଇଲେ ବିଜେବି କଲେଜ ଛାତ୍ରଛାତ୍ରୀ; ପରୀକ୍ଷା ବାତିଲ କରିବାକୁ ଦାବି; କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା ହେବ ଉଠାଇଲେ ପ୍ରଶ୍ନ

ସେପଟେ, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଆଡମିସନକୁ ନେଇ ଅଭିଭାବକ ସଂଗର ବିରୋଧ

419

କନକ ବ୍ୟୁରୋ: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ କର ନଚେତ ବିକଳ୍ୱ ବ୍ୟବସ୍ଥା ଆପଣାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବର୍ତମାନ ସ୍ଥିତିରେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆନ୍ଦୋଳନ ଜୋର ଧରିଛି । ସାରା ଦେଶ ସହ ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବାରେ ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ଏଣୁ ବର୍ତମାନ ପରିସ୍ଥିତିରେ ପରୀକ୍ଷା କରିବା ଅର୍ଥାତ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳିବା । ଏଣୁ ଏହାର ବିକଳ୍ୱ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି ।

ଅନ୍ୟପଟେ, ଓଡିଶା ଅଭାଭାବକ ମହାସଂଘର ଜୋରଦାର ବିରୋଧ ପରେ ବି ସରକାର ଆରମ୍ଭ କରିଛନ୍ତି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଆଡମିସନ । ଏହାକୁ ବିରୋଧ କରି ଓଡିଶା ଅଭିଭାବକ ମହାସଂଘ ମହାତ୍ମାଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂତି ସମ୍ମୁଖରେ ଧାରଣାରେ ବସିଥିଲେ । ସାରା ବିଶ୍ୱ କରୋନା କବଳିତ ଥିବା ବେଳେ ଆଡମିସନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମହାସଂଘ । ଘରୋଇ ସ୍କୁଲ ଗୁଡିକର ସ୍ୱାର୍ଥକୁ ଦୃଷ୍ଟିରୁ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ନେଇଥିବା ମହାସଂଘ ଅଭିଯୋଗ କରିଛି । ସରକାର ତୁରନ୍ତ ଏହି ନିଷ୍ପତିରୁ ନଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଛି ସଂଘ ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ଅଭିଯୋଗ କରିଛନ୍ତି । ଆଡମିସନକୁ କାହିଁକି କରୁଛି ଅଭିଭାବକ ମହାସଂଘ । ଏହା ସେମାନଙ୍କ ବ୍ୟକ୍ତିଗତ ଏଜେଣ୍ଡା ହୋଇପାରେ । ସେମାନେ କାହିଁକି ଘରୋଇ ସ୍କୁଲ ଯୋଡୁଛନ୍ତି, ସେ ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜୁଲାଇ ୧୫ ସୁଦ୍ଧା ଆଡମିସନ ସାରିବାକୁ ହେବ । ପର୍ଯ୍ୟାୟ କ୍ରମେ ପାଂଚ ପାଂଚ ଜଣଙ୍କୁୁ କୋଭିଡ ନିୟମ ଅନୁସାରେ ଆଡମିସନ କରାଇବାକୁ ଉଦେଶ୍ୟ ରଖାଯାଇଥିବା ସମୀର ଦାସ କହିଛନ୍ତି ।