କନକ ବ୍ୟୁରୋ : ଅଫଲାଇନରେ ପରୀକ୍ଷାକୁ ଛାତ୍ରଛାତ୍ର ବିରୋଧ । ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଅନଲାଇନ ପରୀକ୍ଷା ଦାବିରେ ଭୁବନେଶ୍ୱର ଓୟୁଏଟି, ବିଜେବି, ରମାଦେବୀ ସମେତ କଟକ ରେଭେନ୍ସାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।
ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ କ୍ଲାସରେ ବସି ପରୀକ୍ଷା ଦେବା ନିଷ୍ପତିକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏବଂ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ୫ଶହରୁ ଅଧିକ ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜର ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ରେଭେନ୍ସାର ଛାତ୍ରଛାତ୍ରୀ ମଧ୍ୟ ଧାରଣା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/24-16.jpg)