ପ୍ରତିବାଦର ନିଆରା ଚିତ୍ର । ରାସ୍ତା ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଶୁଣିଲାନି ପ୍ରଶାସନ, ଶେଷରେ କାଦୁଅ ରାସ୍ତାରେ ଧାନ ରୋଇଲେ ଛାତ୍ରଛାତ୍ରୀ ।

141

କନକ ବ୍ୟୁରୋ : କାଦୁଅ ରାସ୍ତାରେ ଧାନ ରୋଇଲେ ଛାତ୍ରଛାତ୍ରୀ । ଏପରି ଅଭିନବ ଉପାୟ କରି ପ୍ରତିବାଦ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକର ମାଡ଼କାପଦର ଗାଁରେ । ଅନେକ ଦିନ ହେବ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବି କରିଆସୁଛନ୍ତି ଗାଁଲୋକ । ହେଲେ ଅଭିଯୋଗ ଶୁଣି ନାହାନ୍ତି କେହି ।

ଫଳରେ କାଦୁଅ ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି । ଦୀର୍ଘଦିନ ହେବ ରାସ୍ତା ନିର୍ମାଣ କରାଯାଇନଥିବା ବେଳେ ଏବେ ବର୍ଷା ଦିନରେ ରାସ୍ତାର ପରିସ୍ଥିତି ଲୋକଙ୍କ ସମସ୍ୟାକୁ ଦୁଇଗୁଣ ବଢ଼ାଇ ଦେଇଛି । ଏପରି ପରିସ୍ଥିତିରେ ସ୍କୁଲ ପିଲା ମଧ୍ୟ କାଦୁଅରେ ପଶି ବିଦ୍ୟାଳୟକୁ ଯାଉଛନ୍ତି । ଯାହାକୁ ପ୍ରତିବାଦ କରି ରାସ୍ତାରେ ଧାନ ରୋଇଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କ ଦାବି ରହିଛି ।