କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ଲଗାଣ ବର୍ଷାରେ ହାତରେ ଛତା ଧରି ବିଦ୍ୟାଳୟ ସାମନାରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ପୁରୀ ସତ୍ୟବାଦୀ ନରେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପିଲାମାନେ ଏକାଠି ହୋଇ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଜିଦ୍ କରିଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ କରାଯିବାକୁ ଦାବି କରିଛନ୍ତି ପିଲା । ସ୍କୁଲରେ ୧୪୦ ଜଣ ପିଲାଙ୍କୁ ୪ଜଣ ଶିକ୍ଷକ ରହିଛନ୍ତି । ସେଥିରୁ ପୁଣି ଜଣେ ସାରଙ୍କୁ ବଦଳି କରିଦିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଥିବା ବେଳେ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଦାବି ହୋଇଛି । ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।