କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ

 ମୁଖ୍ୟ ଫାଟକ ଆଗରେ ଜୋରଦାର ବିକ୍ଷୋଭ

130

କନକ ବ୍ୟୁରୋ : କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ । ମୁଖ୍ୟ ଫାଟକ ଆଗରେ ଜୋରଦାର ବିକ୍ଷୋଭ । ବିଶ୍ୱ ବିଦ୍ୟାଳୟର ଫାଟକରେ ତାଲା ପକାଇ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ।

ସେମାନଙ୍କ ଅଭିଯୋଗ ହଷ୍ଟେଲରେ କୌଣସି ପିଲାଙ୍କ ଠାରେ କରୋନା ଦେଖାଯାଇନି । ନିର୍ବାଚନ ରାଲି, ମଲ ଆଦିରେ ଲୋକଙ୍କ ଗହଳି ଭିତରେ କରୋନା ବ୍ୟାପୁନାହିଁ, କିନ୍ତୁ ଶିକ୍ଷାନୁ୍ଷ୍ଠାନରେ କରୋନା ବ୍ୟାପୁଛି କହି ସରକାର ହଷ୍ଟେଲ ଖାଲି କରିବାକୁ କହିବାକୁ ସେମାନେ ବିରୋଧ କରିଛନ୍ତି ।