ସ୍କୁଲରେ ଚାଲିଥିଲା ନମାଜ ପାଠ । ଆପତ୍ତି କଲେ ସ୍ଥାନୀୟ ଲୋକେ । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

185

କନକ ବ୍ୟୁରୋ: କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ସ୍କୁଲରେ ପ୍ରତି ଶୁକ୍ରବାର ନମାଜ ପାଠ ହେଉଥିଲା । ଏଥିପାଇଁ ଅନୁମତି ଦେଉଥିଲେ ଖୋଦ୍ ପ୍ରଧାନଶିକ୍ଷୟିତ୍ରୀ । ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ ସେଠିକାର ହିନ୍ଦୁ ସଙ୍ଗଠନ । ଫଳରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡା ବିରୋଧ କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବା ପରେ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

କୋଲାର ମୁଲବାଗଲ ସୋମେଶ୍ୱାରା ପାଲାୟା କନ୍ନଡ ସରକାରୀ ବିଦ୍ୟାଳୟରେ ନମାଜ ପାଠ ଚାଲୁଥିଲା । ସରକାରୀ ସ୍କୁଲ ହୋଇଥିବା ସତ୍ତେ୍ୱ ଏଠାରେ ନମାଜ ପାଠ କାହିଁକି ହେଉଛି ବୋଲି ପଶ୍ନ ଉଠାଇଛି ହିନ୍ଦୁ ସଙ୍ଗଠନ । ତେଣୁ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କରିଛି ହିନ୍ଦୁ ସଙ୍ଗଠନ । ଏହାପରେ ଡେପୁଟି ଡାଇରେକ୍ଟର ଅଫ୍ ପବ୍ଲିକ୍ ଇଣ୍ଟ୍ରକ୍ସନ୍ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି ସୂଚନା ରହିଛି ।

ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ କଥାକୁ ସେ ଭିନ୍ନ ମୋଡ ଦେଇଛନ୍ତି । ସେ କହିଛନ୍ତି ବିଦ୍ୟାଳୟରେ କିଛି ସଂଖ୍ୟାଲଘୁ ଛାତ୍ର ଥିବାରୁ ସେମାନଙ୍କୁ ନମାଜ ପାଠ ପାଇଁ ବାହାରକୁ ଯିବାକୁ ନଦେଇ ବରଂ ପ୍ରତି ଶୁକ୍ରବାର ସ୍କୁଲ ଭିତରେ ନମାଜ ପାଠ କରାଯାଇଛି । ଏନେଇ କୌଣସି ବର୍ଣ୍ଣ ବିଦ୍ୱେଷ ନାହିଁ ବୋଲି ସେ ସଫେଇ ଦେଇଛନ୍ତିି । ହେଲେ ଏହାକୁ ମାନିବାକୁ ନାରାଜ ସ୍ଥାନୀୟ ବାସିନ୍ଦା । ପ୍ରଧାନଶିକ୍ଷୟିତ୍ରୀଙ୍କ ଏପରି ନିଷ୍ପତ୍ତି ଲୋକଙ୍କୁ ଅସନ୍ତୋଷ କରିଛି ବୋଲିି ମତ ଦେଇଛନ୍ତି ସ୍ଥାନୀୟ ଲୋକେ ।