କରୋନା କଟକଣା ପାଇଁ କେହି ହେବେନି ଫେଲ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସବୁ ପିଲା ପାସ୍, ନବମରୁ ଦଶମ ପାସ୍ ପାଇଁ ରହିଲା ଏହି ସବୁ ସର୍ତ୍ତ..

1,124

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କରୋନା କଟକଣା ପାଇଁ କେହି ହେବେନି ଫେଲ୍ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍ । କରୋନା ସ୍ଥିତି ନେଇ ଏହି ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ନିଷ୍ପତ୍ତି । ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ ।

ଅନ୍ୟପଟେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କ ପାଇଁ ମଧ୍ୟ ଖୁସି ଖବର । ନବମରୁ ଦଶମ ଶ୍ରେଣୀକୁ ସର୍ତ୍ତମୂଳକ ପାସ୍ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ । ତେବେ ସର୍ତ୍ତ ମଧ୍ୟରେ ରହିଛି, ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବର ଅଧାରରେ ନବମରୁ ଦଶମକୁ ପାସ୍ ହୋଇପାରିବେ ଛାତ୍ରଛାତ୍ରୀ । ଆଉ ଯେଉଁ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।