ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ରାୟଗଡା ଚାନ୍ଦିଲି ଗାଁର ଆଦିବାସୀ ଯୁବତୀଙ୍କ ପ୍ରୟାସ, ମାସକୁ ୧୦ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର ।

119

କନକ ବ୍ୟୁରୋ : ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ଏସବୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ବ୍ଲକ ଚାନ୍ଦିଲି ଗ୍ରାମ ଆଦିବାସୀ କଲେଜର ଯୁୂବତୀମାନେ । ଏହି ଅଳଙ୍କାର ପ୍ରସ୍ତୁତ କରି ମାସିକ ୧୦ରୁ ୧୨ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ୨୫ ଜଣ ଯୁବତୀ ମିଶି ବାଉଁଶରୁ ଅଳଙ୍କାର ପ୍ରସ୍ତୁତି ଉଦ୍ୟୋଗ ଗଢ଼ିଛନ୍ତି ।

ଚାଲିଛି କାନଫୁଲ, କ୍ଲିପ୍, ଚୁଡି ଆଦି ତିଆରି । କିଏ ବାଉଁଶ କାଟୁଛି ତ ଆଉ କିଏ ଏହାକୁ ଛୋଟ ଛୋଟ ଖଣ୍ଡ କରି ରଖୁଛନ୍ତି । କିଛି ଜଣ ବାଉଁଶକୁ ପାଲିଶ କରୁଛନ୍ତି ତ ଆଉ କିଛି ସେହି ବାଉଁଶ ଖଣ୍ଡରେ ଚିତ୍ର ଆଙ୍କି ଭଳିକି ଭଳି ରଙ୍ଗ ଦେଇ ଅଳଙ୍କାର ତିଆରି କରିବାର ପ୍ରସ୍ତୁତିରେ ଲାଗିଛନ୍ତି । ଏ କାହାଣୀ ହେଉଛି ରାୟଗଡା ଜିଲ୍ଲାର ଆଉ ଏସବୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ବ୍ଲକ ଚାନ୍ଦିଲି ଗ୍ରାମ ଆଦିବାସୀ କଲେଜର ଯୁୂବତୀମାନେ । ଏହି ଅଳଙ୍କାର ପ୍ରସ୍ତୁତ କରି ମାସିକ ୧୦ରୁ ୧୨ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି ।

ପାଠପଢା ପରେ ସ୍ୱାବଲମ୍ବୀ ହେବାକୁ ଯୋଜନା କରି ୨୫ ଜଣ ଯୁବତୀ ମିଶି ଗଠନ କଲେ ମାଆ ସନ୍ତୋଷୀ ପ୍ରଡ୍ୟୁସର ଗ୍ରୁପ୍ । ଲୋକେ ବାଉଁଶରୁ କୁଲା, ଢାଲା, ତାଟ, ମଶିଣା, ତଲାରି ଭଳି ବହୁ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ବ୍ୟବହାର କରୁଥିଲେ । ତାକୁ ବର୍ତମାନ ନୂଆ ରୂପ ଦେଇ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ଚମକାଇବା ପାଇଁ ଚିନ୍ତା କରି ଆରମ୍ଭ କରିଛନ୍ତି ଏହି ସଙ୍ଗଠନ । ଏହି ଯୁବତୀମାନଙ୍କୁ ସହଯୋଗର ହାତ ବଢାଇଛି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ପର୍ଶ ଅନୁଷ୍ଠାନ । ତେବେ ଅଳଙ୍କାର ନିର୍ମାଣ ପାଇଁ ସରକାରୀ ସହାୟତା ସାଙ୍ଗକୁ ଉଚିତ ବଜାର ମିଳିପାରିଲେ ଭଲ ବ୍ୟବସାୟ ହେବା ନେଇ ଆଶାବାଦୀ ଅଛନ୍ତି ଏହି ଯୁବତୀମାନେ ।