କନକ ବ୍ୟୁରୋ : ଭୁବନେଶ୍ୱର ବିଜେବି କଲେଜର ଦୁଇଟି ହଷ୍ଟେଲର ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଆମ୍ବେଦକର ହଷ୍ଟେଲ ଓ ଖାରବେଳ ହଷ୍ଟେଲ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି । ଗତକାଲି ଏହି ଦୁଇ ହଷ୍ଟେଲର ଛାତ୍ରଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ବେଳେ ହଷ୍ଟେଲ ଭିତରେ ପଶି ଛାତ୍ରମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

Advertisment

ଏସବୁ ଭିତରେ ଗଣ୍ଡଗୋଳ ସମୟର ଭିଡ଼ିଓ ସାମ୍ନାକୁ ଆସିଛି । ଯେତେବେଳେ ଉତ୍ୟକ୍ତ ଛାତ୍ରମାନେ ଜୋରଦାର ଭଙ୍ଗାରୁଜା କରୁଛନ୍ତି । ଗଣ୍ଡଗୋଳରେ ପ୍ରାୟ ୧୦ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି । ତେବେ ଦୁଇ ଗୋଷ୍ଠୀର ଛାତ୍ରଙ୍କୁ ଥାନାରେ ଅଟକ ରଖି ପୋଲିସ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରୁଛି ।