କନକ ବ୍ୟୁରୋ: ଚିକିତ୍ସା ଅଭାବରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲଗୁଡାରୁ ଆସିଛି ଏଭଳି ଅଭାବନୀୟ ଖବର । ସ୍ଥାନୀୟ ବାଟାଗୁଡାଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନୟନ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ସେବାଶ୍ରମ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ପିଲାଟି ଅଚେତ ହୋଇପଡିଯିବାରୁୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଚିକିତ୍ସା ଅବହେଳାରୁ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।