କନକ ବ୍ୟୁରୋ: ପରୀକ୍ଷା ହଲରେ କପିକୁ ବିରୋଧ କରି ଛାତ୍ରଙ୍କ ଧାରଣା । କପି ହେଉଥିବାରୁ ଛାତ୍ର ଜଣକୁ ବିରୋଧ କରିବା ସହିତ ଶିକ୍ଷକଙ୍କୁ ଜଣାଇଥିଲେ । ହେଲେ ଏନେଇ କେହି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ଦଶମ ଶ୍ରେଣୀର ଛାତ୍ର ଜଣକ ଧାରଣାରେ ବସିରହିଥିଲେ । କେନ୍ଦ୍ରାପଡା ମହାକାଳପଡା ଗୋଜାବନ୍ଧ ଗାନ୍ଧିଜୀ ବିଦ୍ୟା ପୀଠର ଛାତ୍ର ଶିବୁ ଦାସ ପରୀକ୍ଷା ଦେଉଥିବା ବେଳେ କପି ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଏନେଇ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଜଣାଇଥିଲେ ବି ଶିକ୍ଷକ ତାଙ୍କ କଥା ଶୁଣିନଥିଲେ । ବରଂ ତାଙ୍କୁ ବିଭିନ୍ନ ପ୍ରକାରର କଥା କହିଥିଲେ । ଯାହା ପାଇଁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ସଠିକ୍ ଭାବେ ପରୀକ୍ଷା ଦେଇପାରିନଥିଲେ ।
ଘଟଣାକୁ ବିରୋଧ କରିବା ସହ ପରୀକ୍ଷା କେନ୍ଦ୍ରସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ ତାଙ୍କର ସମସ୍ୟାର ସମାଧାନ ହୋଇନଥିଲା । ଫଳରେ ସେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/6pm-3-2.jpg)