କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ୨୧ ତାରିଖ ସୁଦ୍ଧା ଅଫଲାଇନରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

Advertisment

www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ଅଛି । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଧନ୍ଦାମୂଳକ ପରୀକ୍ଷାରେ ୫ ହଜାର ୩୩୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । କଳାରେ ପାସ ହାର ୮୯.୪୯ ପ୍ରତିଶତ ରହିଛି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୮୬.୦୨ ପ୍ରତିଶତ । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।