କନକ ବ୍ୟୁରୋ: ଶହେ ବର୍ଷର ପୁରୁଣା ସ୍କୁଲ। ଏବେ ବି ଅବହେଳିତ। ଡରି ଡରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଅଭିଯୋଗ ପରେବି ପଡୁନି ପ୍ରଶାସନର ନଜର। ଶେଷରେ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଦୁଃଖ କହିଲେ ଛାତ୍ରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଭୋଜପୁର ସରକାରୀ ଉଚ୍ଚବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର ।

Advertisment

ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ। ପ୍ରଥମରୁ ଅଷ୍ଟମ ଯାଏଁ ୧୪୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଶିକ୍ଷାର ବିକଳ ଚିତ୍ର ବୟାନ କରୁଛି ଏହି ବିଦ୍ୟାଳୟ। କାନ୍ଥ ଭାଙ୍ଗି ଗଲାଣି। ଛାତ୍ରଛାତ୍ରୀଙ୍କ ପାଇଁ ଶୈାଚାଳୟଟିଏ ନାହିଁ। ସ୍କୁଲର ସମସ୍ୟା ନେଇ ଉପଜିଲ୍ଲାପାଳ କହିଛନ୍ତି, ଟିମ ପଠାଇ ଅନୁଧ୍ୟାନ କରି ପୁରୁଣା ସ୍କୁଲକୁ ଭାଙ୍ଗି ନୂଆ ସ୍କୁଲ କରିବାକୁ ପ୍ରସ୍ତାବ ଦେବେ। ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ନୂଆ ବିଦ୍ୟାଳୟର ଆବଶ୍ୟକତା ରହିଛି।