ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି

117

କନକ ବ୍ୟୁରୋ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେଣୁ ନିଜ ନିଜ ସ୍କୁଲରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ଆସିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ୍ ନିୟମ ଭିତରେ ଏଥର ପରୀକ୍ଷା ପରିଚାଳନା କରାଯିବ ବୋଲି କୁହାଯାଇଛିା
ପ୍ରଶ୍ନପତ୍ର ଶୈଳୀରେ ହୋଇଛି ପରିବର୍ତ୍ତନ
୮୦ ମାର୍କ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
ଏଥର ମୋଟ ୧୦୦ ନମ୍ବର ମଧ୍ୟରୁ ୮୦ ନମ୍ବର ଲିଖିତ ପରୀକ୍ଷା ପିଲାମାନେ ଦେବେ ଏବଂ ଅବଶିଷ୍ଟ ୨୦ ନମ୍ବର ହାରାହାରି ମାର୍କ ଭାବେ ହିସାବ କରି ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ । ଏବେ ନଜର ପକାଇବା କେମିତି ରହିବ ପ୍ରଶ୍ନପତ୍ରର ନମ୍ବର ବିଭାଜନ । ପ୍ରତି ବିଷୟ ପାଇଁ ୫୦ଟି ବହୁ ବିକଳ୍ପ ପ୍ରଶ୍ନ ବା ମଲ୍ଟିପଲ ଚଏସ କୋଶ୍ଚିନ ରହିବ । ଏଥି ପାଇଁ ୫୦ ନମ୍ବର ରହିଥିବା ବେଳେ ଅବଶିଷ୍ଟ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ରହିବ ।

କରୋନା କଟକଣା ଯୋଗୁଁ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିବା ବେଳେ ମୂଳ ସିଲାବସରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ କମାଇ ଦିଆଯାଇଛି । ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ସହାୟତା ପାଇଁ ପରୀକ୍ଷା ଦର୍ପଣ ପୁସ୍ତିକା ବଂଟନ କରିବା ପାଇଁ ଗଣଶିକ୍ଷା ବିଭାଗ ଘୋଷଣା କରିଛି।