କନକ ବ୍ୟରୋ: ସାଉଥ ସୁପରଷ୍ଟାର ଅଲ୍ଲୁ-ଅର୍ଜୁନଙ୍କ ‘ପୁଷ୍ପା’ ଫିଲ୍ମଟି ରିଲିଜ୍ ହେବା ପରେ ସମସ୍ତଙ୍କ ଉପରେ ଯେମିତି ପୁଷ୍ପା ଭୂତ ଛାଇଯାଇଛି । ଗୀତଠୁ ଆରମ୍ଭ କରି ଡାଇଲଗ୍ ସମସ୍ତଙ୍କୁ କିମିଆ କରିଛି । ପିଲାଠାରୁ ବୁଢା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍ ‘ମେଁ ଝୁକେଗା ନେହିଁ । ଅନେକ ଏହି ଡାଏଲଗକୁ ନେଇ ରିଲ୍ ଭିଡିଓ ମଧ୍ୟ ତିଆରି କରିଛନ୍ତି । ପରୀକ୍ଷା ହଲରେ ବି ପିଲାଙ୍କ ମୁଣ୍ଡରେ ଚଢୁଛି ‘ପୁଷ୍ପା’ ଫିଲ୍ମର ନିଶା ।
ନିକଟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ର ପରୀକ୍ଷା ଖାତାରେ ପୁଷ୍ପା ଫିଲ୍ମର ଡାଏଲଗ୍ ଲେଖି ଛାଡି ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି । ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି । ତେବେ ମୂଲ୍ୟାୟନ କରିବା ସମୟରେ ଉତ୍ତରଖାତାରେ ଛାତ୍ର ଜଣକ ‘ପୁଷ୍ପା ରାଜ୍ ଆପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ଦେଖିବାକୁ ମିଳିଛି । ଏହା ଦେଖି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଚମକି ପଡିଥିଲେ । ପିଲାଟି ପରୀକ୍ଷା ଖାତାର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଖାଲି ଏତିକି ନୁହେଁ କିଛି ଦିନ ପୂର୍ବରୁ ବୀରଭୂମର ତୃଣମୂଳ କଂଗ୍ରେସ ନେତା ‘ଖେଲା ହୋବେ ‘ ଡାଏଲଗ୍ କହି ଚର୍ଚ୍ଚକୁ ଆସିଥିଲେ । ଏବେ ମ୍ୟାଟ୍ରିକ୍ ପରୀକ୍ଷା ଖାତାରେ ମଧ୍ୟ ଜଣେ ଛାତ୍ର ‘ ଖେଲା ହୋବେ’ ଲେଖିଥିବା ଦେଖିବାକୁ ମିଳିଛଇ ।