ତାଲାବନ୍ଦ ସମୟରେ ହ୍ୱାଟ୍ସ ଆପରେ ପାଠପଢିବେ ଦ୍ୱିତୀୟରୁ ଦଶମ ଛାତ୍ରଛାତ୍ରୀ । ତିଆରି ହେବ ଶିକ୍ଷା ସଂଯୋଗ

527

କନକ ବ୍ୟୁରୋ : ତାଲାବନ୍ଦ ସମୟରେ ହ୍ୱାଟସ ଅପରେ ପାଠପଢିବେ ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ । ହ୍ୱାଟସଅପରେ ଶିକ୍ଷା ସଂଯୋଗ ଗ୍ରୁପ ତିଆରି କରି ପାଠ ପଢାଇବାକୁ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ପରାମର୍ଶ ଦେଇଛନ୍ତି । ଏନେଇ ଚିଠି ମାଧ୍ୟମରେ ଜିଲ୍ଲାର ବିଇଓ, ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମାବଳୀ ପଠାଇଛନ୍ତି ।

ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି କ୍ଲାସ ପାଇଁ ଗୋଟେ ଲେଖାଏଁ ଗ୍ରୁପ ତିଆରି ହେବ । ଏପ୍ରିଲ ୧୯ରୁ ୨୦ ଜୁନ ଯାଏଁ ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ଶିକ୍ଷା ଦିଆଯିବ । ଏହାଛଡା ଛାତ୍ରଛାତ୍ରୀମାନେ ଦୀକ୍ଷା ଆପ୍ ଅନଲୋଡ କରି ପୁସ୍ତକ ପାଇପାରିବେ ।