ଖରାଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ଘରକୁ ଘର ବୁଲି ଟାବଲେଟ ବାଣ୍ଟିବେ ଶିକ୍ଷକ ।

1,255

କନକ ବ୍ୟୁରୋ : ଖରାଛୁଟିରେ ସ୍କୁଲ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ୧୯ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ ଅଭିଯାନ ବା ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ପିଛା ୮ଟି ଆଇଏଫଏ ଟାବଲେଟ ଦିଆଯିବ, ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାବଲେଟ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଅଭିଭାବକଙ୍କୁ ଟାବଲେଟ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସଂପର୍କରେ ଅବଗତ କରାଯିବ ।

ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ଟାବଲେଟ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରଭୋଜନ ପରେ ଖାଇବେ । ଟାଣ ଖରା ଯୋଗୁଁ ଏସଆରସିଙ୍କ ଗାଇଡଲାଇନ ମାନି ସକାଳେ କି ସନ୍ଧ୍ୟା ସମୟରେ ଏହି ଟାବଲେଟ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ ।