କନକ ବ୍ୟୁରୋ : ବିଭନ୍ନ ସମସ୍ୟା ନେଇ ଛାତ୍ରାବାସରେ ରହୁଥିବା ଛାତ୍ରଙ୍କ ଅଭିଯୋଗ । ହଷ୍ଟଲରେ ଲାଗି ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଶତାଧିକ ଛାତ୍ର ପ୍ରାୟ ୩ କିଲୋମିଟର ଚାଲି ଚାଲି ଆସି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଛନ୍ତି । ସେଠାରେ ସମସ୍ୟା ସମ୍ପର୍କୀତ ଘଟଣା କହିବା ସହ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଗରିବ ଆଦିବାସୀ ପିଲାଙ୍କ ପାଇଁ ସରକାର ହଷ୍ଟେଲରେ ବିଭିନ ସୁବିଧାମାନ କରୁଛନ୍ତି । ହେଲେ ରାୟଗଡା ଆର-ଏସ୍-ଇ-ଡବ୍ଲ୍ୟୁ-ସି ହାଇସ୍କୁଲ ଛାତ୍ରାବାସରେ ଅନେକ ସମସ୍ୟା । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ବିରୋଧ କଲେ ପିଲାଙ୍କୁ ଧମକାଇବା ସହ ଦୁର୍ବର୍୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ପିଲାମାନେ । ହାଇସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦେଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ରହିଛି । ହେଲେ ଏହି ସମସ୍ତ ସମସ୍ୟା ଲାଗି ରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଇପାରୁନି । ଯାହାକୁ ବିରୋଧ କରବା ସହ ହଷ୍ଟଲରେ ରହୁଥିବା ୧୯୩ ଜଣ ଛାତ୍ର ୩ କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲାପାଳ ତୁରନ୍ତ ଡିଡବ୍ଲ୍ୟୁଓ ଏବଂ ଡିଇଓଙ୍କୁ ଡାକି ପିଲାଙ୍କ ସମ୍ମୁଖରେ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment