କନକ ବ୍ୟୁରୋ: ନିଟ୍ ପରୀକ୍ଷା ନେଇ ସାରା ଦେଶରେ ବିବାଦ ଜାରି ରହିଥିବାବେଳେ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାର ଜିରୋ ଏରର ପରୀକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ନ୍ୟାସନାଲ ଟେକଷ୍ଟିଙ୍ଗ ଏଜେନ୍ସି, ଏନଟିଏକୁ ଆବଶ୍ୟକୀୟ ସୁପାରିଶ କରିବ । ଛାତ୍ରଙ୍କ ହିତ ସ ର୍ବୋପରି  ଓ ଏଥିରେ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ବିହାର ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଛି । ମାମଲାରେ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି ୟୁଜିସି –ନେଟ୍ ରଦ୍ଦ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କାରଣ ଜାଣିବାକୁ କମିଟି ଗଠନ କରାଯିବ ଓ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

Advertisment