ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ରେଭେନ୍ସାରେ ଉତ୍ତେଜନା । ସାରାରାତି କୁଳପତିଙ୍କ ସମେତ ଅନ୍ୟ ଅଧିକାରୀ ଅଟକ । ପୋଲିସ ଛାଉଣୀରେ ବିଶ୍ୱବିଦ୍ୟାଳୟ

ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ରେଭେନ୍ସାରେ ଉତ୍ତେଜନା । ସାରାରାତି କୁଳପତିଙ୍କ ସମେତ ଅନ୍ୟ ଅଧିକାରୀ ଅଟକ । ପୋଲିସ ଛାଉଣୀରେ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖରେ ସାରା ରାଜ୍ୟର ଛାତ୍ର ସଂସଦ ନିର୍ବାଚନ ହେବ । କିନ୍ତୁ କ୍ୟାମ୍ପସରେ ଅଶାନ୍ତି ଲାଗି ରହିବା ଯୋଗୁଁ ୩ଟି ବିଶ୍ୱବିଦ୍ୟାଳୟ ୧୨ କଲେଜର ନିର୍ବାଚନ ବାତିଲ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ଅଶାନ୍ତ ହୋଇପଡିଛି ରେଭେନ୍ସା । ପରୋକ୍ଷ ନିର୍ବାଚନକୁ ବିରୋଧ କରି ରେଭେନ୍ସା ପରିସରରେ ଛାତ୍ର ଅଶାନ୍ତି ଲାଗି ରହିଛି । ବିଳମ୍ବିତ ରାତି ଯାଏ ଛାତ୍ରଛାତ୍ରୀମାନେ କୁଳପତି ଡକ୍ଟର ଇସାନ ପାତ୍ର ଓ ଅନ୍ୟ ଅଧ୍ୟାପକମାନଙ୍କୁ ଘେରାଉ କରି ରଖିଥିଲେ । ଏବେ ବି କ୍ୟାମ୍ପସରେ ବି ଚାପା ଉତେଜନା ଲାଗି ରହିଛି ।

publive-image

ଉଲ୍ଲେଖ ଥାଉ କି, ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶୃଙ୍ଖଳିତ ଓ ଶୈକ୍ଷିକ ବାତବରଣକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଚଳିତବର୍ଷ ରେଭେନ୍ସା କର୍ତ୍ତୃପକ୍ଷ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସ୍ଥିର କରିଥିଲେ। ଏନେଇ ଗତ ଶୁକ୍ରବାର ଦିନ ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରେଭେନ୍ସା କର୍ତ୍ତୃପକ୍ଷ ଗତକାଲି ଅପରାହ୍ନ ୨ଟାରେ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ।

publive-image

ମାତ୍ର ପ୍ରତ୍ୟକ୍ଷ ନିର୍ବାଚନ ଦାବିକରି ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଛାତ୍ର ସଂଗଠନ ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର‌୍ୟ୍ୟନ୍ତ କୁଳପତି ପ୍ରଫେସର ଡକ୍ଟର ଇସାନ୍ କୁମାର ପାତ୍ର ଓ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଘେରାଉ କରି ରଖିଥିଲେ। ପରିସରରେ ଅଶାନ୍ତିକୁ ନଜରରେ ରଖି ଏକ ପ୍ଲାଟୁନ୍ ପୁଲିସ କ୍ୟାମ୍ପସରେ ମୁତୟନ କରାଯାଇଥିଲା। ତେବେ ସଂଧ୍ୟାରେ ଛାତ୍ର ଅଶାନ୍ତି ବଢିବାରୁ ଅଧିକ ସଂଖ୍ୟାର ଫୋର୍ସ ମୁତୟନ କରାଯାଇ କୁଳପତି ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ରେଭେନ୍ସା ବାହାରକୁ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe