ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟୁଛି ବାଟ । ୬ ବର୍ଷ ହେଲା ରହିଛି ବନ୍ଦ, ନିର୍ବାଚନ ପାଇଁ ବିଚାର କରୁଛନ୍ତି ନୂଆ ସରକାର

165

କନକ ବ୍ୟୁରୋ : ରାଜ୍ୟରେ ପୁଣିଥରେ ହେବ କି ଛାତ୍ର ସଂସଦ ନିର୍ବାଚନ, ଛାତ୍ର ନେତୃତ୍ୱ ସୃଷ୍ଟି ପାଇଁ ମିଳିବ କି ସୁଯୋଗ । ଛାତ୍ର ସଂସଦ ନିର୍ବାଚନା ଯଥାର୍ଥତା ରହିଛି, ଏନେଇ ବିଚାର ବିର୍ମଷ ମଧ୍ୟ ଚାଲିଛି । ନିର୍ବାଚନ କରିବା ନେଇ ଛାତଛାତ୍ରୀ ମାନେ ଦାବି କରିବା ସ୍ୱଭାବିକ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ଛାତ୍ର ସଂସଦ ନିର୍ବାଚନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତିତିଲି ବାତ୍ୟା ଓ କୋଭିଡ଼ ଯୋଗୁ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି । ତେବେ ଚଳିତ ଥର ରାଜ୍ୟରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ବିରୋଧୀ ଆସନରେ ଥିବା ସମୟରେ ବିଜେପି ପକ୍ଷରୁ ଅନେକ ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଦାବି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି । କଲେଜ ନିର୍ବାଚନକୁ ରାଜନୀତିର ଏନ୍ତୁଡିଶାଳ କୁହାଯାଏ, ଏହିଠାରୁ ଅନେକ ନେତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥାଏ । ତେବେ ଆଗକୁ ଛାତ ସଂସଦ ନିର୍ବାଚନ ନେଇ ସରକାର କଣ ନିଷ୍ପତି ନେଉଛନ୍ତି ତାକୁ ଅପେକ୍ଷା ରହିଛି ।