କନକ ବ୍ୟୁରୋ : ମହଙ୍ଗା ପଡ଼ିବ ବିନା ହେଲମେଟରେ ଗାଡ଼ି ଚଲାଇବା । ପୋଲିସ ହେଉ କି ଜନତା ସମସ୍ତେ ଆଇନରେ ହେବେ ବନ୍ଧା । ଜୟପୁରରେ ଆରମ୍ଭ ହେଲା ଷ୍ଟୁଡ଼େଟଂ ଟ୍ରାଫିକ ଭଲ୍ୟୁନଟିୟର ବ୍ୟବସ୍ଥା । ୬୦ ଜଣ କଲେଜ ଛାତ୍ରଛାତ୍ରୀ, ପୋଲିସକୁ କରିବେ ସହଯୋଗ । ସମ୍ଭାଳିବେ ଜନ ବହୁଳ ଟ୍ରାଫିକ ବ୍ୟବସ୍ଥା ।
ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଳାର ଜୟପୁର ସହରରେ ହେଲା କାର୍ଯ୍ୟକ୍ରମ, ସଫଳ ହେଲେ ଜିଲ୍ଳାର ଅନ୍ୟ ସହରରେ ମଧ୍ୟ ଲାଗୁ ହେବ । ସାଙ୍ଗ ଜଗିବ ସାଙ୍ଗକୁ, ଦିନକୁ ଦିନ ସହରରେ ବଢୁଥିବା ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟାକୁ ରୋକିବା ପାଇଁ ଜିଲ୍ଳା ପୋଲିସର ଅଭିନବ ପ୍ରୟାସ । ଟ୍ରାଫିକ ବ୍ୟବସ୍ଥାକୁ ସହଯୋଗ କରିବେ କଲେଜ ଛାତ୍ରଛାତ୍ରୀ । ଏଥିପାଇଁ ଅବେଦନ କରି ବଛା ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ ନେଲା ପରେ ଆଜି ତାଙ୍କୁ ସହର ବିଭିନ୍ନ ଟ୍ରାଫିକ ସ୍ଥାନରେ ଡ଼୍ୟୁଟି କରିବା ପାଇଁ ନିୟୋଜିତ କରାଯାଇଛି । ମାସକୁ ୧୫ ଦିନ ହିସାବରେ ଦିନକୁ ୩ ଘଂଟା କାମ କରି ମାସ ଶେଷରେ ପାଇବେ ପକେଟ୍ ଖର୍ଚ୍ଚ ୧୫୦୦ ଟଙ୍କା । ପାଠ ପଢ଼଼ା ସହ ପକେଟ ଖର୍ଚ୍ଚ, ତଥା ପୋଲିସ ସଂଗଠନରେ ସାମିଲ ହୋଇ ନିଜକୁ ଗର୍ବିତ ମନେ କରିବା ସହ ସମାଜ ସେବାରେ ନିଜକୁ ନିୟୋଜିତ କରିବୁ ବୋଲି ଛାତ୍ରଛାତ୍ରୀ କହିଥିବାବେଳେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ମହିଳା ଟ୍ରାଫିକ ପୋଲିସ । ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ୁଥିବାରୁ ଟ୍ରାଫିକ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହେଉଥିଲା । ଏମାନଙ୍କ ସହଯୋଗରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର । ଆସିବ ବୋଲି କହିଛନ୍ତି ମହିଳା ଟ୍ରାଫିକ ପୋଲିସ ।
ଆକଳନ ଅନୁସାରେ ୧୪ରୁ ୨୫ ବର୍ଷ ବୟସର ଯୁବକ ଯୁବତୀ ମାନେ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ମୁଖ୍ୟତଃ ସେମାନଙ୍କୁ ସଚେତନ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ସଫଳ ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତି ମାସରେ ପ୍ରେତ୍ସାହନ ଦେବା ସହ ପୁରସ୍କାର ରାଶି ମଧ୍ୟ ଦିଆଯିବ । ପ୍ରଥମେ ସେମାନେ ନିଜେ ସୁରକ୍ଷାରେ ରହିବେ ନିଜ ପରିବାର ଓ ସାଙ୍ଗ ସାଥିଙ୍କୁ ସୁରକ୍ଷା ବିଷୟରେ ବୁଝାଇବେ ତାପରେ ଅନ୍ୟକୁ ସୁରକ୍ଷା ଯୋଗାଇବେ । ଯେଉଁ ମାନେ କଥା ଶୁଣୁ ନାହାନ୍ତି କି ନିୟମ ମାନୁ ନାହାନ୍ତି ସେମାନଙ୍କ ଫଟୋ ମୋବାଇଲରେ ବାହାର କରି ଜିଲ୍ଳା ପୋଲିସ ପାଖକୁ ପଠାଇବା ସହ ଆଇନ ଅମାନ୍ୟ କରିଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ପଠାଯିବ, ଯାହାକି ସମସ୍ତେ ଟ୍ରଫିକ ନିୟମ ମାନିବା ସହ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟ ହେବେ ଓ ସଡକ ନିୟମକୁ ମାନିବେ । ଏହି ନିୟମ ଓ ବ୍ୟବସ୍ଥାକୁ ସମସ୍ତେ ମାନିବା ସହ ସହଯୋଗ କରିବା ପାଇଁ କୋରାପୁଟ ଜିଲ୍ଳା ଏସପି ନିବେଦନ କରିଥିବାବେଳେ ସରକାରଙ୍କ ଏହି ଯୋଜନାକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମାନେ ସ୍ୱାଗତ କରିଛନ୍ତି ।
ଟ୍ରାଫିକ ସମସ୍ୟାକୁ ଦୁର କରିବା ପାଇଁ ପୋଲିସ ସହ ଛାତ୍ରଛାତ୍ରୀଙ୍କ ସହଯୋଗକୁ ଜିଲ୍ଳାବାସୀ ସ୍ୱାଗତ କରିଥିବା ବେଳେ ଏହା କିଭଳି କାର୍ଯ୍ୟ କରୁଛି ତାକୁ ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/FRIEND.jpg)
/kanak/media/post_attachments/wp-content/uploads/2019/02/Screen-shot-2019-02-13-at-1.48.00-PM-300x236.png)
/kanak/media/post_attachments/wp-content/uploads/2019/02/Screen-shot-2019-02-13-at-1.48.12-PM-300x243.png)