ଅନେକ ସମୟରେ ଏଭଳି ହୁଏ ଯେ ୨୫ ବର୍ଷ ହୋଇଯିବା କ୍ଷଣି ଅନିଚ୍ଛା ସତ୍ତେ୍ୱ ପରିବାର ଲୋକେ ଝିଅର ବିବାହ ପାଇଁ ଚିନ୍ତିତ ହୋଇପଡନ୍ତି ଏବଂ ବିବାହ କରିବାକୁ ବାଧ୍ୟ କରନ୍ତି । ଚିନ୍ତା କରିବାଟା ଠିକ୍ ମଧ୍ୟ ଯେହେତୁ ପରିବାର ସଦସ୍ୟ ଆମ ଶୁଭଚିନ୍ତକ ତେଣୁ ସେମାନେ ଯାହା ଚିନ୍ତା କରିଥିବେ ତାହା ଆମ ପାଇଁ ଭଲ ହିଁ ହୋଇଥିବ । କିନ୍ତୁ କିଛି ଲୋକଙ୍କ ପାଇଁ କେବଳ ବିବାହ ଏବଂ ନୂତନ ସଂସାର ଗଢିବା ହିଁ ସବୁକିଛି ନଥାଏ । କେହି କେହି ନିଜ କ୍ୟାରିୟର ପାଇଁ ଏବଂ ନିଜ ମୁତାବକ ଜୀବନ ଜିଇଁବାକୁ ଚାହାଁନ୍ତି । ଯାହାପାଇଁ ଘରଲୋକଙ୍କ ସହ ଅଯଥା ଯୁକ୍ତି ହୋଇଯାଏ । ସମାନ୍ତର ଭାବେ ଏଭଳି ଏକ ଘଟଣା ଘଟିଲା ୟୁଗାଣ୍ଡାର ଲୁଲୁ ଯୋମିମାହଙ୍କ ସଙ୍ଗେ । ବୟସ ହେବାକ୍ଷଣି ବାପା’ମା ଲୁଲୁଙ୍କ ବିବାହ ପାଇଁ ଚିନ୍ତିତ ହୋଇପଡିଥିଲେ ଏବଂ ତାଙ୍କୁ ଜଲଦି ଉପଯୁକ୍ତ ବର ଦେଖି ବିବାହ କରିବାକୁ କହୁଥିଲେ । କିନ୍ତୁ ଲୁଲୁଙ୍କ ଇଚ୍ଛା ଥିଲା କିଛି ଅଲଗା । ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଲୁଲୁ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହୁଁଥିଲେ ଏବଂ ଅସହାୟ ଲୋକଙ୍କ ପାଇଁ କିଛି କରିବା ପାଇଁ ଚାହୁଁଥିଲେ । କିନ୍ତୁ ଘରଲୋକ ନିଜ ଝିଅକୁ ସଂସାର କରି ଖୁସିରେ ଦେଖିବାକୁ ଚାହିଁଥିଲେ । ତେଣୁ ଲୁଲୁ ଏକ ଅଭିନବ ଉପାୟ ପାଞ୍ôଚଲେ ସେ ବିବାହ କରିବାକୁ ରାଜି ହୋଇଗଲେ ଏବଂ ବନ୍ଧୁବାନ୍ଧବଙ୍କୁ ନିଜ ୩୨ ତମ ଜନ୍ମଦିନରେ ବିବାହ କରିବା ପାଇଁ ନିମନ୍ତ୍ରଣ ଦେଲେ ।
ବନ୍ଧୁମାନଙ୍କ ସହାୟତାରେ ସେ ଏକ ବିବାହ ପୋଷାକ କିଣିଲେ ଏବଂ ଏକ ହୋଟେଲରେ ବିବାହର ଆୟୋଜନ କଲେ । ଯେତେବେଳେ ଜ୍ଞାତି ପରିଜନ ହୋଟେଲରେ ପହଞ୍ôଚଲେ ସେତେବେଳେ ଲୁଲୁ ବିବାହ ପୋଷାକରେ ଥିଲେ କିନ୍ତୁ ପାଖରେ ନଥିଲେ ତାଙ୍କ ଭାବିସ୍ୱାମୀ । ସେ ନିଜ ସହ ହିଁ ସାତଜନ୍ମର ସଂପର୍କ ନେଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ସବୁ ଲୁଲୁଙ୍କୁ ପାଗଳ ଭାବିଲେ । କିନ୍ତୁ ରୀତିନୀତି ସରିବା ପରେ ବିବାହ ସ୍ପୀଚରେ ସେ ଯାହା କହିଲେ ସେଥିରେ ଲୋକଙ୍କ ଆଖିରୁ ଲୁହ ଆସିଯାଇଥିଲା ।
ସେ କହିଲେ,ବାପା’ମା ଚାହାନ୍ତି ଆମ ସନ୍ତାନ ବିବାହ କରି ସଂସାର କରୁ ,ଜୀବନରେ ଆଗକୁ ବଢୁ ,ହସଖୁସିରେ ରହୁ । କିନ୍ତୁ ମୋ ଖୁସି ମୋ ନିଜ ପାଖରେ ହିଁ ଅଛି । ମୁଁ ମୋ କ୍ୟାରିୟରରେ ଆଗକୁ ବଢି ଖୁସି ଅଛି । ପାଠ ପଢିବା ସହ ଅସହାୟ ଲୋକଙ୍କ ସେବା କରୁଛି ଏଥିରେ ମୁଁ ବହୁତ ଖୁସି ଅଛି । କାହିଁକି କେବଳ ଜଣେ ବିବାହ କରି ସନ୍ତାନ ଜନ୍ମ କଲେ ହିଁ ଖୁସିରେ ରହିବ ଆଉ ଅବିବାହିତ ହେଲେ ଦୁଃଖରେ ରହିବ ତାହା ମୁଁ ଜାଣିପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/5_102618121544.jpg)
/kanak/media/post_attachments/wp-content/uploads/2018/10/1_102618121544-274x300.jpg)
/kanak/media/post_attachments/wp-content/uploads/2018/10/6_102618121544-300x190.jpg)
/kanak/media/post_attachments/wp-content/uploads/2018/10/11_102618121544-300x298.jpg)