ବିନା ଜୀବବିଜ୍ଞାନରେ ଡାକ୍ତର! ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍, ମାର୍ଗଦର୍ଶିକାକୁ ନେଇ ଆରମ୍ଭ ହେଲା ବିତର୍କ ।

ବିନା ଜୀବବିଜ୍ଞାନରେ ଡାକ୍ତର! ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍, ମାର୍ଗଦର୍ଶିକାକୁ ନେଇ ଆରମ୍ଭ ହେଲା ବିତର୍କ ।

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ୨ରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋଟେକ୍ନୋଲୋଜି ରଖି ଡାକ୍ତରୀ ପରୀକ୍ଷା ଦେଇହେବ । ପୂର୍ବରୁ ଡାକ୍ତରୀ ପରୀକ୍ଷା ଦେବାକୁ ହେଲେ ବାୟୋଲଜିକୁ ବାଧ୍ୟତାମୂଳକ ପାଠ୍ୟକ୍ରମରେ ରଖିବାକୁ ପଡୁଥିଲା ।ଏବେ କିନ୍ତୁ ଏହି କଟକଣାକୁ ହଟାଇ ଦେବାକୁ କରିଛି ଏନଏମସି ।

ଏବେ ମାଟ୍ରିକ ଏବଂ ଯୁକ୍ତ ଦୁଇରେ ବାୟୋଲଜି ବା ବାୟୋଟେକନଲୋଜି ରଖି ନଥିବା ଆଶାୟୀ ମଧ୍ୟ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇପାରିବେ । ବିଜ୍ଞପ୍ତି ଅନୁସାରେ, ଯେଉଁ ଆଶାୟୀ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ବା ବାୟୋଟେକନଲୋଜି ଏବଂ ଇଂରାଜୀକୁ ଅତିରିକ୍ତ ବିଷୟ ରଖି ଉତୀର୍ଣ୍ଣ ହୋଇଥିବେ ଏମବିବିଏସ, ବିଡିଏସ ପାଠ୍ୟକ୍ରମ ଲାଗି ହେଉଥିବା ଏନଇଇଟି-ୟୁଜି ଟେଷ୍ଟ ଲାଗି ଯୋଗ୍ୟ ବିବେଚିତ ହେବେ । ନୂଆ ଗାଇଡ ଲାଇନ୍ ଅନୁଯାୟୀ ବାୟୋଲଜି ନନେଇଥିଲେ ମଧ୍ୟ ପରୀବର୍ତୀ ସମୟରେ ମାଟ୍ରିକ ଓ ଯୁକ୍ତ ଦୁଇ ସ୍ତରର ବାୟୋଲଜି ବା ବାୟୋଟେକନଲଜି ପରୀକ୍ଷା ଦେଇ ନିଟ୍ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe