ଅନଲାଇନ୍ ଗେମ୍ ନେଲା କି ଛାତ୍ରଙ୍କ ଜୀବନ? ଯୁକ୍ତ ଦୁଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କଲେ ପରିବାର

178

କନକ ବ୍ୟୁରୋ: ଅନଲାଇନ୍ ଗେମ୍ ନେଲା କି ଛାତ୍ରଙ୍କ ଜୀବନ ? ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହାପରେ ପରିବାର ଲେକେ ମୃତ୍ୟୁ ପଛରେ ଅନଲାଇନ ଗେମକୁ ଦାୟୀ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରିଛି । ଅନଲାଇନ୍ ଗେମ୍ ନା ଆଉ କିଛି କାରଣ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଲେ ତାର ତଦନ୍ତ କରୁଛି ପୋଲିସ ।

  • ଅନଲାଇନ ଗେମ୍ ନେଲା ଜୀବନ?
  • ଜୀବନ ହାରିଲେ କଲେଜ ପଢୁଆ ଛାତ୍ର

ସୋର ବାହାନଗା ବ୍ଲକ କୁଚିଆକୋଇଲି ଅରଡା ଗାଁର ଆଶିଷ କୁମାର ମଲ୍ଲିକ । କଲେଜରେ ପାଠ ପଢୁଥିଲେ, ସବୁଦିନ ଭଳି ଶୁକ୍ରବାର ଦିନ ଆଶିଷ କଲେଜରୁ ଫେରିଥିଲେ । କିନ୍ତୁ ସମସ୍ତଙ୍କ ସହ ନ ମିଶି ଘର ଭିତରେ କବାଟ ବନ୍ଦ କରି ରହିଥିଲେ । ଆଉ ମା ଖାଇବା ପାଇଁ ଡାକିବାବେଳେ କବାଟ ଖୋଲିନଥିଲେ । ଆଉ ମା ଝରକା ପଟେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା । ଘର ଭିତରେ ଫ୍ୟାନରେ ଝୁଲୁଥିଲା ପୁଅ । ଏହାପରେ ଗାଁ ତାଙ୍କୁ ଲୋକେ ସୋର ଡାକ୍ତରଖାନା ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନଲାଇନ ଗେମ ଯୋଗୁଁ ଆଶିଷ ଏଭଳି ଚରମ ପଦକ୍ଷପ ନେଉଥିବା ଚର୍ଚ୍ଚା ହେଉଛି ।

  • ମୋବାଇରେ ଗେମ୍ ହୋଇଯାଇଥିଲା ଅଭ୍ୟାସ
  • ଲୁଚି ଲୁଚି ଖେଳୁଥିଲେ ଖେଳ !

ଆଶିଷ କୁମାର ମଲ୍ଲିକ ଯୁକ୍ତ ଦୁଇର ଛାତ୍ର ଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ଆଶିଷ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ । କଲେଜରୁ ଆସିଲା ପରେ ଗାଁର ସାଙ୍ଗମାନଙ୍କ ସହ ମିଶି ମୋବାଇଲରେ ଖେଳୁଥିଲେ । ତେଣୁ ସେ ଅନଲାଇନ ଗେମ ଖେଳୁଥିବା ପରିବାରର ସନ୍ଦେହ ହୋଇଛି । ଆଉ ଏହି ଅନଲାଇନ ଗେମ ହିଁ ଆଶିଷଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । ଅନ୍ୟପଟେ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଆଶିଷଙ୍କର ଅନଲାଇନ୍ ଗେମ୍ ଯୋଗୁଁ କି ଅନ୍ୟ କାରଣ ପାଇଁ ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ଚାଲିଛି ।