ଗଞ୍ଜାମର ହିଞ୍ଜିଳି ଅଂଚଳରେ ଛାତ୍ରୀଙ୍କ ଆତ୍ମହତ୍ୟା : ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ କୀଟନାଶକ ପିଇଲେ ଛାତ୍ରୀ

35

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମର ହିଞ୍ଜିଳି ଅଂଚଳରେ । ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗାଁର ଦଶମ ଶ୍ରେଣୀ ଛାତ୍ରୀ ଲିଲି ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି । ପରୀକ୍ଷାରେ ଫେଲ ହେବାରୁ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଲିଲି । ଗତକାଲି ଯାଜପୁର ବରୀ ଅଂଚଳର ଜଣେ ଛାତ୍ର ବି ବିଷପିଇ ଆତ୍ମହତ୍ୟା କରିଥିଲେ ।

ବରୀ ରତଳାଙ୍ଗ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ମଲିକ ଘରେ ଥିବା କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିବା ଜଣାପଡିଛି । ଗତକାଲି ମାଟ୍ରିକ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ଆଶାନୁରୂପ ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କରିଥିବା ଜଣାପଡିଛି ।