ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

511

କନକ ବ୍ୟୁରୋ : ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହା ଆମହତ୍ୟା ନା ହତ୍ୟା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକରେ ଥିବା ଏସଡିଏ ଇଂରାଜୀ ମିଡିୟମ ସ୍କୁଲରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ସୂଚନା ମୁତବାକ, ସ୍କୁଲର ପ୍ରିନ୍ସପାଲ ଛାତ୍ରଙ୍କ ଠାରୁ ମୋବାଇଲ ନେଇଯାଇଥିଲେ । ଯାହାକୁ ନେଇ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ପୁଲିସ ଘଟଣା ସ୍ଥଳରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗତକାଲି ଖୋର୍ଦ୍ଧାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଖବର ଆସିଥିବା ବେଳେ ଆଜି ଏଭଳି ଖବର ଆସିଛି ।