ମାତୃଭାଷାରେ ଛାତ୍ରଛାତ୍ରୀ ପଢିବେ ଇଞ୍ଜିନିୟରିଂ ପାଠ । କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହିନ୍ଦୀ,ତାମିଲ,ତେଲୁଗୁ,ମରାଠୀ,ବଙ୍ଗଳା ଭାଷାରେ ହେବ ପାଠପଢା।

201

କନକ ବ୍ୟୁରୋ : ଜାତୀୟ ଶିକ୍ଷା ନୀତିକୁ ପୂରିଲା ବର୍ଷେ । ନୂଆ ଶିକ୍ଷା ନୀତିର ବର୍ଷେ ପୂର୍ତ୍ତି ଉପଲକ୍ଷେ  ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗାଁ ଗାଁରେ ପ୍ଲେ ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାକୁ ସବୁଜ ସଂକେତ ଦେଇଛନ୍ତି ମୋଦୀ ସରକାର । ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୮ଟି ରାଜ୍ୟର ୧୪ଟି ଇଞ୍ଜିନୟରିଂ କଲେଜରେ ୫ଟି ଭାଷାରେ ପାଠ ପଢାଯିବ । ହିନ୍ଦୀ,ତାମିଲ,ତେଲୁଗୁ,ମରାଠୀ,ବଙ୍ଗଳା ଭାଷାରେ ଆରମ୍ଭ ହେବ । ୧୧ ଭାଷାରେ କୋର୍ସ ଟ୍ରାନ୍ସଲେସନ ଟୁଲ ପ୍ରସ୍ତୁତ ହୋଇଛି । ଇଂଜିନିୟରିଂ ପାଠ ଟ୍ରାନ୍ସଲେସନ ପାଇଁ ଟୁଲ ପ୍ରସ୍ତୁତ । ମାତୃଭାଷାରେ ପାଠ ପଢିଲେ ଗରିବ ପିଲାର ଆତ୍ମବିଶ୍ୱାସ ବଢିବ  । କିଛି ଏଭଳି ଲକ୍ଷ୍ୟ ନୂଆ ଶିକ୍ଷାନୀତିରେ ମାତୃଭାଷାରେ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି ।

ସେହିଭଳି ଶିକ୍ଷାନୀତିରେ ଭାରତୀୟ ସାଂକେତିକ ଭାଷା ସାମିଲ । ସାଂକେତିକ ଭାଷାକୁ ଏକ ବିଷୟ ଭାବେ ପଢିବେ ପିଲା  ।ଏହାଦ୍ୱାରା ଭାରତୀୟ ସାଂକେତିକ ଭାଷାର ଉନ୍ନତି ହେବ ।ମାଧ୍ୟମିକ ସ୍ତରରେ ଏକ ବିଷୟ ଭାବେ ରହିବ ସାଂକେତିକ ଭାଷା । ଯୁବପିଢୀ ପରିବର୍ତ୍ତନ ପାଇଁ ପୂରା ପ୍ରସ୍ତୁତ । ଯୁବପୀଢିଙ୍କୁ ସୁଯୋଗ ଦରକାର, ବନ୍ଧନରୁ ମୁକ୍ତି ଦରକାର । ନୂଆ ଶିକ୍ଷା ନୀତିକୁ ବେଶ ସହଜରେ ଗ୍ରହଣ କରିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ମେଡିକାଲ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା  କରିଛନ୍ତି । ପଛୁଆ ବର୍ଗ ଓ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ବର୍ଗ ପିଲାଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ପିଲାଙ୍କ ପାଇଁ ୧୦ ପ୍ରତିଶତ ମେଡିକାଲ ସିଟ ସଂରକ୍ଷଣ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ କୋଟା ସ୍କିମ ଜରିଆରେ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ସୁବିଧା ଯୋଗାଇଦେବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏମବିବିଏସ, ଏମଡି, ଏମଏସ, ଡିପ୍ଲୋମା, ବିଡିଏସ, ଏମଡିଏସରେ ଏହି ସଂରକ୍ଷଣ ସୁବିଧା ପାଇବା ଛାତ୍ରଛାତ୍ରୀ । ଫଳରେ ପ୍ରାୟ ୫ ହଜାର ୫ଶହ ଛାତ୍ରଛାତ୍ରୀ ଏହାର ଲାଭ ପାଇବେ । ପ୍ରତିବର୍ଷ ଏମବିବିଏସରେ ୧୫ ଶହ ପଛୁଆ ବର୍ଗ ପିଲା ଓ ୨୫ଶହ ଓବିସି ଛାତ୍ରଛାତ୍ରୀ ମେଡିକାଲ ପୋଷ୍ଟ ଗ୍ରାଜୁଏସନରେ ପଢିପାରିବେ । ସେହିପରି ସଂରକ୍ଷଣ ସୁବିଧା ଯୋଗୁଁ ଆର୍ଥିକ ଦୃଷ୍ଟିରୁ ପଛୁଆ ସବର୍ଣ୍ଣ ଛାତ୍ରଛାତ୍ରୀ ୫୫୦ ଏମବିବିଏସ ଓ ୧ ହଜାର ପିଜିରେ ନାମ ଲେଖାଇ ପାରିବେ ।  ଏହା ୨୦୨୧-୨୨ ଶିକ୍ଷା ବର୍ଷ ନାମ ଲେଖାରୁ ଲାଗୁ ହେବ ।