କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଥିବା ବେଳେ ଏବେବି ସେଠାରେ କିଛି ଓଡ଼ିଆ ଛାତାଛ୍ରତ୍ରୀ ଫସି ରହିଛନ୍ତି । ଭାରତ ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ଅନେକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ୟୁକ୍ରେନର ଖାରକିଭ୍ରୁ ଫେରିଆସିଥିବା ଯାଜପୁରର ଡାକ୍ତରୀ ଛାତ୍ର ସତ୍ୟବ୍ରତ ସାହୁ ବଖାଣିଛନ୍ତି ସେଠାକାର ଛାତିଥରା ଦୃଶ୍ୟ ।

Advertisment

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତିି ସେଠାରେ ରହି ଡାକ୍ତରୀ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧର ଭୟ ଭିତରେ ୟୁକ୍ରେନରୁ ଓଡ଼ିଶା ପହଞ୍ଚିବାର ସମୟ କିପରି ଥିଲା ତାର ଛାତିଥରା ଅନୂଭତି ବଖାଣିଛନ୍ତି ଯାଜଯୁର ଜିଲ୍ଲା ଦାନଗଦି ବ୍ଲକ ମାନଗୋବିନ୍ଦପୁରର ଓଡିଆ ଡାକ୍ତରୀ ଛାତ୍ର ସତ୍ୟବ୍ରତ ସାହୁ । ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କ ସହ ବଙ୍କର ଭିତରେ ଲୁଚି ରହିବାକୁ ପଡୁଥିଲା । ଗୁଳି ମାଡ ଭିତରେ ୧୦ କିଲୋମିଟର ଚାଲିଚାଲି ଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ଦୀର୍ଘ ୨୮ ଘଣ୍ଟା ଧରି ଟ୍ରେନର ବାଥରୁମରେ ବସି ବହୁ କଷ୍ଟରେ ସ୍ୱଦେଶ ଫେରିଥିବା କହିଛନ୍ତି ସତ୍ୟବ୍ରତ ।

ୟୁକ୍ରେନର ଖାରକିଭ୍ ସ୍ଥିତ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ସତ୍ୟବ୍ରତ ଡାକ୍ତରୀ ପଢୁଥିଲେ । ଖାରକିଭରେ ବୋମାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ତାହା ବର୍ଣ୍ଣନା କରିବା ମଧ୍ୟ କଷ୍ଟକର ବୋଲି କହିଛନ୍ତିି ସତ୍ୟବ୍ରତ । ତେବେ ଏତେ ଦିନର କଠିନ ଯାତ୍ରା ପରେ ମୃତ୍ୟୁ ମୁଖରୁ ଫେରିଆସିଥିବା ପୁଅକୁ ପାଇ ବାପା,ମା’ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି । ଯୁଦ୍ଧଭୂମୀରୁ ପୁଅକୁ ମାତୃଭୂମିକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିବା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାପା,ମା । ଏଥିସହ ପୁଅର ଭବିଷ୍ୟତ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

ଯୁଦ୍ଧର ଭୟ ଭିତରେ ପାଠପଢା ଛାଡି ଘରକୁ ଫେରିଥିବା ମେଧାବୀ ଛାତ୍ରଛାତ୍ରୀ, ଏବେ କିପରି ପାଠପଢା ପୂରା କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ଯଦି ସରକାର ସେମାନଙ୍କ ପାଠପଢା ପୂରା କରିବାରେ ସାହାଯ୍ୟ କରନ୍ତେ ତେବେ ବହୁ ଛାତ୍ରଛାତ୍ରୀ ସେମାନଙ୍କର ପରିଶ୍ରମର ମୂଲ୍ୟ ପାଇପାରିବେ ।