କନକ ବ୍ୟୁରୋ : ସାରା ରାତି ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ଫଳାଫଳ ବାହାରିବାର ୩ ମାସ ପରେ ବି ସାର୍ଟିଫିକେଟ ନପାଇ ଚିନ୍ତାରେ ୩୬ ଛାତ୍ରଛାତ୍ରୀ । ଭୁବନେଶ୍ୱର ପାତ୍ରପଡାରେ ଥିବା ଶ୍ରୀବିଦ୍ୟା ନିକେତନ କଲେଜ ଅଫ ମେଡିକାଲ ଆଣ୍ଡ ରିସର୍ଚ୍ଚରେ ବିଏସସି ନର୍ସିଂ କୋର୍ସ କରିଥିଲେ ଏହି ଛାତ୍ରଛାତ୍ରୀ । କିନ୍ତୁ ଏ ଯାଏଁ କୌଣସି ସାର୍ଟିଫିକେଟ ସେମାନଙ୍କୁ ମିଳିନାହିଁ ।
ଫଳରେ ସେମାନେ ଚାକିରୀ ପାଇଁ ଆବେଦନ କରିପାରୁନାହାନ୍ତି । ଶ୍ରୀବିଦ୍ୟା ନିକେତନ ଉକ୍ରଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିବା ସତ୍ୱେ ସାର୍ଟିଫିକେଟ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ୩୬ ଛାତ୍ରଛାତ୍ରୀ ପେଷି ହୋଇଯାଇଛନ୍ତି । ଆଉ ସାର୍ଟିଫିକେଟ ପାଇଁ ସାରା ରାତି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/CERITIFICATE.jpg)