କନକ ବ୍ୟୁରୋ : ଦଶମ ପରୀକ୍ଷାକୁ ନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀ
ତେବେ ସ୍କୁଲ ଛାତ୍ରଛାତ୍ରୀ ଦାବି ରଖି କହିଛନ୍ତି, ଯଦି ସିବିଏସସି ପିଲାଙ୍କ ପରୀକ୍ଷା ବାତିଲ କରାଯାଉଛି, ତାହେଲେ ଆମର ପରୀକ୍ଷା କାହିଁକି ବାତିଲ କରାଯିବନାହିଁ । ଆମ ଭବିଶ୍ୟତ ସହିତ ସରକାର ଖେଳ ଖେଳୁଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ପାଖକୁ ଦାବି ଜଣାଇବା ପାଇଁ ଯାଇଥିଲୁ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି । ଆସନ୍ତା ଦିନରେ ଯଦି ଆମର ଦାବି ପୁରଣ ନହୁଏ ତାହେଲେ ରାଜରାସ୍ତାରେ ଏମିତି ବସି ରହିବୁ ବୋଲି ସରକାରଙ୍କୁ ଚେତାବନି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/16-14.jpg)