କନକ ବ୍ୟୁରୋ : କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଗେଟ୍ ଆଗରେ ପରିବା ପଲଥିନ ଟାଙ୍ଗିଲା ଛାତ୍ର କଂଗ୍ରେସ। ଟମାଟୋ କିଲୋ ୫୦, ବାଇଗଣ ୩୦, ପୋଟଳ ୫୦, ଅଦା ୭୦, ବିନ୍ସ ୫୦, ଲଙ୍କା ୫୦ , ସାରୁ ୩୦ କିଲୋ ପିଛା ଏହି ଦରରେ ବିକ୍ରି କରିଛି କଂଗ୍ରେସ। ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଟାଙ୍ଗିଚି ଛାତ୍ର କଂଗ୍ରେସ। ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି।

Advertisment

ଗ୍ରାହକ ମଧ୍ୟ କମ୍ ଦରରେ ପରିବା କିଣି ବେଶ୍ ଖୁସି । ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସାମଲୋଚନ କରିଛନ୍ତି । ସୁରକ୍ଷା ଦୃଷ୍ଟକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।