କନକ ବ୍ୟୁରୋ: ବାଣୀବିହାରରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଯାଇଛି। ଉତ୍ତେଜିତ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପିଜି କାଉନସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ଶେଷରେ ଆନ୍ଦୋଳନ କରିଥିଲେ। ଏଥି ସହିତ ସେମାନେ ଚେତାବନୀ ଦେଇଛନ୍ତି ଯେ, ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ।
ଅଭିଯୋଗ ଅନୁସାରେ ପିଜି ସେଲଫାଇନାସିଂ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟର ସମସ୍ତ ସୁବିଧା ମିଳୁନାହିଁ । ଛାତ୍ରଛାତ୍ରୀମାନଙ୍କୁ ଲାଇବ୍ରେରୀ କାର୍ଡ ଦିଆଯାଉନଥିବାରୁ ସେମାନେ କ’ଣ ବିଶ୍ବବିଦ୍ୟାଳୟର ସାବତ ପୁଅ ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ସେମାନଙ୍କୁ ହଷ୍ଟେଲ ମିଳୁନଥିବା ଅଭିଯୋଗ କଲେ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ୍ କିଛି ବୁଝୁ ନାହାନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।
ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ବସନ୍ତ ମଲ୍ଲିକ। ସେ କହିଛନ୍ତି, ସମସ୍ୟା ଅଛି ଏବଂ କିଛି ସମାଧାନ ପାଇଁ ଆମେ ଆଲୋଚନା କରୁଛୁ । ଦୁଇ ତିନିଦିନ ଭିତରେ ପିଲାଙ୍କୁ ଲାଇବ୍ରେରୀ କାର୍ଡ ଓ ହଷ୍ଟେଲ ପ୍ରଦାନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/16-16.jpg)