କନକ ବ୍ୟୁରୋ: ସ୍କୁଲ ଗେଟରେ ତାଲା। ରାସ୍ତା ଉପରେ ଶତାଧିକ ଛାତ୍ରଛାତ୍ରୀ। ୟୁପି ସ୍କୁଲ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା। ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲ ଆଗରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଶିକ୍ଷୟତ୍ରୀ ଦିପ୍ତିମୟୀ ବେଉରାଙ୍କ ବଦଳି ନକରିବା ପାଇଁ ଦାବୀ ନେଇ ବସିଛନ୍ତି ଛାତ୍ରଛାତ୍ରୀ। ଧାରଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛି।
ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ।
/kanak/media/post_attachments/wp-content/uploads/2024/01/sp.jpg)