ସ୍କୁଲରେ ନାହାଁନ୍ତି ଶିକ୍ଷକ,  ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ; ୧୨୫ ପିଲାଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୨ ଜଣ ଶିକ୍ଷକ

ସ୍କୁଲରେ ନାହାଁନ୍ତି ଶିକ୍ଷକ,  ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ; ୧୨୫ ପିଲାଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୨ ଜଣ ଶିକ୍ଷକ

କନକ ବ୍ୟୁରୋ: ଶିକ୍ଷକ ଅଭାବକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଜରଡ଼ା ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଅବିଭାବକ ଓ ଛାତ୍ରଛାତ୍ରୀ । ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷାଦାନ ହେଉଥିବା ବେଳେ ୧୨୫ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । କିନ୍ତୁ ସ୍କୁଲରେ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ପିଲାମାନେ ପଢିବାରେ ନାହିଁନଥିବା ସମସ୍ୟା ହେଉଛି । ଏନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ କଙ୍କଡାହାଡ଼ ବ୍ଲକ ଶିକ୍ଷାଅଧିକାରୀ, ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଛି । କିନ୍ତୁ କୌଣସି ସୁଫଳ ମିଳି ନଥିବାରୁ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଶୀଘ୍ର ଶିକ୍ଷକ ନିଯୁକ୍ତି କରା ନଗଲେ ଆଗାମୀ ଦିନରେ ସ୍କୁଲ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଅବିଭାବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe