କନକ ବ୍ୟୁରୋ: ନ୍ୟାୟ ଦାବିରେ ରାସ୍ତାରେ ବସିଲେ ଶତାଧିକ ଛାତ୍ରୀ, ଏକା ଜିଦ୍ ନ୍ୟାୟ ନମିଳିଲେ ଉଠିବେନି । ସୁନ୍ଦରଗଡ ବାଲିଶଙ୍କରା ଆଶ୍ରମ ସ୍କୁଲର ଘଟଣା । ସୁନ୍ଦରଗଡ଼ ଛଟିଶଗଡ ରାସ୍ତାର ବାଲିଶଙ୍କରା ଚାନ୍ଦନି ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଶତାଧିକ ଛାତ୍ରୀ । ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ରାସ୍ତା ରୋକ କରିଛନ୍ତି ଛାତ୍ରୀ ।
ଛାତ୍ରୀଙ୍କ ଅଭିଯୋଗ, ପ୍ରଧାନଶିକ୍ଷକଙ୍କ ନିର୍ଯାତନା ଏତେ ମାତ୍ରାରେ ହୋଇଛି ଯେ ଛାତ୍ରୀମାନେ ବାଧ୍ୟ ହୋଇ ଆଜି ରାସ୍ତା ରୋକ କରି ପ୍ରତିବାଦ ଜଣାଇଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ସହିତ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିଛନ୍ତି ଛାତ୍ରମାନେ । ଅନ୍ୟପଟେ ଘଟଣାସ୍ଥଳ ରେ ବାଲିଶଙ୍କରା ବିଡିଓ, ତହସିଲଦାର ଓ ତଳସରା ଥାନା ଅଧିକାରୀ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ।